୫୬ଟି ବ୍ଲେଡ୍ ଗିଳି ଦେଇଥିଲେ ଯୁବକ
ଜଣେ ୨୫ ବର୍ଷୀୟ ଯୁବକର ପେଟରୁ ବାହାରିଛି ବ୍ଲେଡ୍ । ଗୋଟିଏ କି ଦୁଇଟି ନୁହେଁ ୫୬ଟି ବ୍ଲେଡ୍ ବାହାରିଛି । ଯୁବକଜଣକ ରକ୍ତ ବାନ୍ତି କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କ ପେଟରେ ଏକାଧିକ ବ୍ଲେଡ ଥିବା ଜଣାପଡ଼ିଥିଲା। ଡାକ୍ତର ତୁରନ୍ତ ଅପରେସନ କରି ପେଟରୁ ୫୬ଟି ବ୍ଲେଡ ବାହାର କରିଥିଲେ।
ଯୁବକଙ୍କ କହିବା ଅନୁଯାୟୀ ସେ ପ୍ଲାଷ୍ଟିକ ଖୋଳରେ ଥିବା ବ୍ଲେଡକୁ ଗିଳି ଦେଇଥିଲେ। ପ୍ଲାଷ୍ଟିକ ଖୋଳରେ ବ୍ଲେଡ ଥିବାରୁ ତାକୁ ଗିଳିବାରେ କୌଣସି ଅସୁବିଧା ହୋଇନଥିଲା। ତେବେ ପେଟରେ ପ୍ଲାଷ୍ଟିକ ଖୋଳ ମିଳେଇ ଯିବା ପରେ ବ୍ଲେଡର ଧାରୁଆ ଅଂଶ ତାଙ୍କ ଶରୀରକୁ କ୍ଷତି ପହଞ୍ଚାଇଥିଲା। ପ୍ରାୟ ସମୟରେ ବ୍ଲେଡ୍ ଗୁଡିକ ପେଟରେ କଣ୍ଟା ଭଳି ଲାଗୁଥିଲା । ଧୀରେ ଧୀରେ ରକ୍ତ ବାନ୍ତି ହେବାରୁ ସେ ଡାକ୍ତରଙ୍କ ପାଖକୁ ଆସିଥିଲେ ।
Powered by Froala Editor