ଏଭ୍ରିଥିଙ୍ଗ ଏଭ୍ରିହୋୟାର୍ ଅଲ ଆଟ ୱାନ୍ସ ରଚିଲା ଇତିହାସ : ହାତେଇଲା ୭ ଓସ୍କାର ଆୱାର୍ଡ
ସୋମବାର ୯୫ ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଇଛି। ଏହି ଓସ୍କାର ଆୱାର୍ଡରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍ ଅଲ ଆଟ ୱାନ୍ସ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି। ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସେର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଓ ସର୍ବଶ୍ରେଷ୍ଠ ସହାୟକ ଅଭିନେତା କ୍ୟାଟେଗୋରୀରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍ ଅଲ୍ ଆଟ୍ ୱାନ୍ସ ପୁରସ୍କାର ହାତେଇ ନୂଆ ରେକର୍ଡ ସୃଷ୍ଟି କରିଛି।
ସେହିପରି ସର୍ବଶ୍ରେଷ୍ଠ ଅଭିନେତା କ୍ୟାଟେଗୋରୀରେ ଦ ହ୍ୱେଲ୍ ଫିଲ୍ମ ପାଇଁ ବ୍ରେଡନ୍ ଫେଜରଙ୍କୁ ପୁରସ୍କୃତ କରାଯାଇଛି। ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ ପିନୋଚିଓ ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ପୁରସ୍କାର ଜିତିଛି। ଡ୍ୱେନ୍ ଜନ୍ସନ ଏବଂ ଏମିଲି ବ୍ଲଣ୍ଟ ଏହି ପୁରସ୍କାର ପ୍ରଦାନ କରିଥିଲେ। ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବିଭାଗରେ 'ନାଭାଲ୍ନୀ' ପୁରସ୍କାର ଜିତିଛି। 'ଆନ୍ ଆଇରିଶ୍ ଗୁଡ୍ବାଏ'କୁ ଲାଇଭ୍ ଆକ୍ସନ ଶର୍ଟ ଫିଲ୍ମ ବିଭାଗରେ ପୁରସ୍କାର ମିଳିଛି। ବେଷ୍ଟ ମେକ୍ଅପ୍ ଏବଂ ହେୟାର - ଦ ହ୍ୱେଲ୍, ବେଷ୍ଟ୍ କୁଷ୍ଟ୍ୟୁମ୍ ଡିଜାଇନ: ରୁଥ୍ କାର୍ଟର (ବ୍ଲାକ ପାନ୍ଥର: ୱାକାଣ୍ଡା ଫରଏଭର୍)ଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଛି।
Powered by Froala Editor