ମୁଁ ମୋ ବାପାଙ୍କ ଠାରୁ ଯୌନ ନର୍ଯାତନାର ଶୀକାର ହୋଇଛି

ଭାରତୀୟ ଜନତା ପାର୍ଟିର ନେତା ତଥା ଜାତୀୟ ମହିଳା ଆୟୋଗର ସଦସ୍ୟା ଖୁସ୍ବୁ ସୁନ୍ଦର ବାପାଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ବାପାଙ୍କ ଦ୍ୱାରା ସେ ବାରମ୍ବାର ଅସଦାଚରଣର ଶିକାର ହୋଇଛନ୍ତି। ଏହି କଥା ପ୍ରକାଶ କରିବାକୁ ସେ ଲଜ୍ଜିତ ନୁହନ୍ତି ବୋଲି କହିଛନ୍ତି। ନିଜ ବାପାଙ୍କ ବିଷୟରେ କଳୁସିତ ଚରିତ୍ର ବିଷୟରେ କହିବାକୁ ମୁଁ ଲଜ୍ଜିତ ନୁହଁ। ମୁଁ ଏହାକୁ ସଚ୍ଚୋଟତାର ସହ କହିବାକୁ ଚାହୁଁଛି। କାରଣ ମୋ ସହିତ ଯାହ ଘଟିଛି ମୁଁ ତାକୁ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରେ ନାହିଁ ଏବଂ ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିିତ।
ଖୁସବୋ କହିଛନ୍ତି ଯେ, ମୋତେ ଯେତେବେଳେ ୮ ବର୍ଷ ହୋଇଥିଲା ମୁଁ ମୋ ବାପାଙ୍କ ଠାରୁ ଯୌନ ନର୍ଯାତନାର ଶୀକାର ହୋଇଛି। ସେ କହିଛନ୍ତି ଯେ, ମୁଁ କୌଣସି ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ନାହିଁ। ମୁଁ ଭାବୁଛି ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିତ।
ମୁଁ ଭାବୁଛି ମୋତେ ଏହି ବାର୍ତ୍ତା ଦେବା ଆବଶ୍ୟକ ଯେ ତୁମେ ଶକ୍ତିଶାଳୀ ହେବା ଉଚିତ ଏବଂ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କ୍ଷେତ୍ରରେ ନିଜ ମନରେ ହୀନମାନ୍ୟତା ଆଣିବାକୁ ଦିଅନ୍ତୁ ନାହିଁ। ମୁଁ ଭାବୁଛି ମହିଳାମାନେ ଏ ବିଷୟରେ କହିବା ଆବଶ୍ୟକ ଏବଂ ସେମାନେ ଜଣାନ୍ତୁ ଯେ ଏହା ମୋ ସହିତ ଘଟିଛି ଏବଂ ଯାହା ହେଉନା କାହିଁକି ମୁଁ ମୋର ଯାତ୍ରା ଜାରି ରଖିବି।
Powered by Froala Editor