ଆଣ୍ଡାମାନ ନିକୋବରରେ ଭୂକମ୍ପ, ତୀବ୍ରତା ସ୍କେଲ ୫.୦
ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା। ସୋମବାର ଭୋର ୫ଟା ୭ ମିନିଟରେ ନିକୋବରରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବା ଜଣାପଡିଛି । ଏହା କେନ୍ଦ୍ର ବିନ୍ଦୁ ନିକୋବର ଦୀପ ୧୦ କିମି ତଳେ ଥିବା ସୂଚନା ମିଳିଛ। ତେବେ ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପ ପରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ।
ସେହିଭଳି ସୋମବାର ସକାଳ ୬ଟା ୩୨ ମିନିଟରେ ଗୁଜରାଟରେ ରାଜକୋଟ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଥିବା ଜଣାପଡିଛି। ତେବେ ଭୂମିକମ୍ପରେ ରାଜକୋଟ ଅଞ୍ଚଳରେ କିଛି କୋଠାରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି।
Powered by Froala Editor