ଏହି ଖାଦ୍ୟ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ
ଏକ ସୁସ୍ଥ ଜୀବନ ଶୈଳୀ ନିମନ୍ତେ ମା’ମାନେ ପିଲାଙ୍କର ଖାଦ୍ୟପାନୀୟ ସମ୍ପର୍କରେ ସଚେତନ ହେବା ଜରୁରୀ । ଆପଣଙ୍କ ପିଲା ବିଦ୍ୟାଳୟ ଯିବା ସମୟରୁ ରାତି ଭୋଜନ ପର୍ଯ୍ୟନ୍ତ ଏକ ତାଲିକା ତିଆରି କରନ୍ତୁ । ଫାଇବର, ପ୍ରୋଟିନ, ଭିଟାମିନ୍ସ ଭରପୁର ସେମାନଙ୍କ ଖାଦ୍ୟରେ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞଙ୍କ ମତ ।
ପ୍ୟାକେଟ ଖାଦ୍ୟ ପିଲାଦିନରୁ ହିଁ ବନ୍ଦ କରିବା ଉଚିତ । ଚିପ୍ସ ହେଉ କିମ୍ବା ଅନ୍ୟ କୌଣସି ଜଙ୍କ ଫୁଡ ଏସବୁ ଆଦୌ ଦିଅନ୍ତୁ ନାହିଁ । କେତେ ଜଣ ମହିଳା ରେଡି ଟୁ ଇଟ ଉପମା, ଇଡଲି ଓ ଦୋସା ବାଟଣ ମଧ୍ୟ ଫି୍ରଜରେ ରଖିଥାନ୍ତି । ପିଲାଙ୍କ ବରାଦ ଅନୁସାରେ ପରଷି ଦିଅନ୍ତି । ଏହା କରୁଥିଲେ ସଚେତନ ରୁହନ୍ତୁ । କାରଣ ପ୍ୟାକେଟ ଖାଦ୍ୟ କାରଣରୁ ପିଲାଙ୍କୁ କର୍କଟ ଭଳି ଭୟଙ୍କର ରୋଗ ହେବାର ଭୟ ରହିଛି ।
ପିଲାଙ୍କୁ ଫାଇବର ଯୁକ୍ତ ଖାଦ୍ୟ ଦେବା ପୂର୍ବରୁ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । କାରଣ ଫାଇବର ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଖାଇଲେ ପେଟ ସମସ୍ୟା ଉପୁଜୁଥିବାର ଆଶଙ୍କା ଥାଏ । ୪ ବର୍ଷର ପିଲାକୁ ୧୫ ଗ୍ରାମର ଫାଇବର ଆବଶ୍ୟକ ଥିବା ବେଳେ ୧୦ ବର୍ଷର ପିଲା ନିମନ୍ତେ ୨୫-୩୦ ଗ୍ରାମ ଫାଇବର ଆବଶ୍ୟକତା ଥିବାର ଜଣାପଡ଼ିଛି ।
ଦେଶୀ ଘିଅ, ସୋରିଷ ତେଲ ରନ୍ଧା ଖାଦ୍ୟ ସେମାନଙ୍କୁ ଖୁଆଇବା ଉଚିତ । ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ ଡ୍ରାଇଫ୍ରୁଟସ ଅଳ୍ପ ପରିମାଣରେ ଦିଅନ୍ତୁ । ସେମାନଙ୍କ ନିମନ୍ତେ ସବୁଠୁ ଉତ୍ତମ ସକାଳ ଜଳଖିଆ ହେଲା ଚୁଡା ଗୁଣ୍ଡ ଓ ଉଷୁମ ଖିର । ଏହି ଖାଦ୍ୟ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗାଁ ଗହଳିରେ ଏବେବି ସକାଳ ଜଳଖିଆ ଭାବେ ପିଲାଠାରୁ ବୟସ୍କ ଚୂଡା ହିଁ ଖାଇଥାନ୍ତି । ସହରୀ ପିଲା ପ୍ୟାକେଟ ଖାଦ୍ୟ ଓ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନ ଖାଇ ମଧ୍ୟ ରୋଗଗ୍ରସ୍ତ ହୋଇଥିବାର ସର୍ବେକ୍ଷଣରୁ ପ୍ରକାଶିତ ।
Powered by Froala Editor