ସିଦ୍ଧି ବିନାୟକ ମନ୍ଦିରରେ କଟିଲା ଆର୍ଯ୍ୟନଙ୍କ ଚାଲାଣ
ଫିଲ୍ମ ‘ଶେହଜାଦା’ର ଜୋରସୋର୍ରେ ପ୍ରମୋସନ କରିବାରେ ଲାଗିପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍। ଏହାରି ଭିତରେ ସେ ଆଇନ ଜାଲରେ ଫସିଛନ୍ତି। ସେ ନିୟମ ଉଲ୍ଲଙ୍ଘନ କରିଥିବାରୁୁ ପୁଲିସ ତାଙ୍କ ନାଁରେ ଚାଲାଣ କାଟିଛି।
କାର୍ତ୍ତିକ ତାଙ୍କର ନୂଆ ଫିଲ୍ମ ପାଇଁ ଆଶୀର୍ବାଦ ପାଇବାକୁ ବାପା-ମା’ଙ୍କୁ ସାଙ୍ଗରେ ନେଇ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ଏହି ସମୟରେ ସେ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ପାଇଁ ପୋଜ ମଧ୍ୟ ଦେଇଥିଲେ। ଏଥିସହ ନିଜ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ନଜର ଆସିଥିଲେ। ଏହି ସମୟରେ ସେ ତାଙ୍କ କାର୍କୁ ଭୁଲ୍ ସ୍ଥାନରେ ପାର୍କିଂ କରିଥିଲେ। ତେଣୁ ପୋଲିସ ତାଙ୍କର ଚାଲାଣ କାଟିଛି। ତେବେ କେତେ ଟଙ୍କାର ଚାଲାଣ କଟିଛି ସେ ନେଇ କୌଣସି ସୂଚନା ନାହିଁ। କିନ୍ତୁ ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor