ଛୁଆ ହେଉନି ବୋଲି ଶ୍ମଶାନରୁ ହାଡ ଗୁଣ୍ଡ ଖାଇବାକୁ ବାଧ୍ୟ କଲେ ପରିବାର
ମଣିଷ ଯେତେ ଉନ୍ନତ ହେଉଛି ସେତେ କୁକର୍ମ ମଧ୍ୟ ବଢୁଛି । ଜଣେ ଗର୍ଭବତୀ ମହିଳାଙ୍କ ପାିଁ କେତେ କଣ ବାରଣ ଥାଏ । ହେଲେ ଏଠି ଜଣେ ଗର୍ଭବତୀ ମହିଳାଙ୍କୁ ହାଡର ପାଉଡର ଖାଇବାକୁ ଦିଆଯାଇଛି । ଯାହାକି ବିକୃତ ମାନସିକତାର ପରିଚୟ । ମହିଳା ଜଣଙ୍କ ଦୀର୍ଘ ଦିନ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କର ଛୁଆ ପିଲା ହେଉ ନଥିଲା। ଛୁଆ ହେବା ପାଇଁ ଶାଶୂ ଘର ଲୋକ ଓ ସ୍ୱାମୀ କଳାଯାଦୁର ଆଶ୍ରୟ ନେଇଥିଲେ। ଏହି କଳାଯାଦୁର ପରମ୍ପରା ଅନୁସାରେ ସେମାନେ ମହିଳାଙ୍କୁ ମଣିଷ ହାଡ଼ରେ ତିଆରି ପାଉଡର ଖୁଆଇଛନ୍ତି।
ମହିଳା ଜଣଙ୍କ କହିଛନ୍ତି ଯେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶାଶୂ ଘର ଲୋକ ଓ ସ୍ୱାମୀ ତାଙ୍କୁ ଅମାବାସ୍ୟା ରାତିରେ ଏକାଧିକ ଥର ଘର ଭିତରେ ଅନେକ ପ୍ରକାରର କାମ କରିବାକୁ ବାଧ୍ୟ କରିଛନ୍ତି। ଏପରି କି ଗୋଟିଏ ଅମାବାସ୍ୟା ରାତିରେ ମହିଳାଙ୍କୁ ଶାଶୂ ଘର ଲୋକ ସ୍ଥାନୀୟ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କୁ ସେମାନେ ମଣିଷ ହାଡ଼ରେ ତିଆରି ଗୁଣ୍ଡ ଖାଇବାକୁ ବାଧ୍ୟ କରିଥିଲେ। ଏଥିସହ କୁକୁଡ଼ା ମୁଣ୍ଡ ଓ ଗୋଡ଼ ମଧ୍ୟ ବଳପୂର୍ବକୁ ଖୁଆଇଥିଲେ। ମହିଳା ଜଣଙ୍କ ଏନେଇ ପୁଲିସ୍ରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ୍ ମହିଳାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor