ଭୂକମ୍ପ : ଭୋର୍ରୁ ଥରିଲା ହିମାଚଳ

ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ଏ ସଂକ୍ରାନ୍ତରେ ଟୁଇଟର୍ରେ ସୂଚନା ଦେଇ ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଲେଖିଛି ଯେ, ଆଜି ଭୋର୍ ୫.୧୭ରେ ଧରମଶାଳାର ପୂର୍ବ ପଟକୁ ୨୨ କିଲୋମିଟର୍ ଦୂରବର୍ତ୍ତୀ ଭୂଗର୍ଭର ୫ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୨।
ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ହିମାଚଳ ପ୍ରଦେଶରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଭୟଭୀତ କରାଇଛି। ହିମାଚଳ ପ୍ରଦେଶର ପୂର୍ବ ଧର୍ମଶାଳାରୁ ୨୨ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦଭୂତ ହୋଇଥିବା ବୈଜ୍ଞନିକମାନେ କହିଛନ୍ତି।
ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିଟର୍ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କାହାର ମୃତାହତ ହୋଇନାହିଁ।
Powered by Froala Editor