ପାଟ୍ରୋଲିଂ ବେଳେ ଘାଟିରୁ ଧସିଲା ସେନା ଗାଡ଼ି, ୩ ଯବାନ ସହିଦ
ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରର କୁପୱାଡ଼ାରେ ବଡ଼ ଧରଣର ଅଘଟଣ ଘଟିଛି । ପାଟ୍ରୋଲିଂ କରୁଥିବା ବେଳେ ଘାଟିରୁ ସେନା ଗାଡ଼ି ଖସିଯିବା ଫଳରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁଯାୟୀ ମଛିଲ ସେକ୍ଟରରେ ପ୍ରବଳ ବରଫ ହେତୁ ଗାଡ଼ିଟି ଧସିଯାଇଥିଲା । ଫଳରେ ଯବାନ ମାନେ ସହିଦ ହୋଇଛନ୍ତି । ଏନେଇ ଜଣେ ସେନା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀ ଜଣକ କହିଛନ୍ତି ଯେ, ଜେସିଓ ଏବଂ ଅନ୍ୟ ଦୁଇଜଣ ଯବାନ ମଛିଲ ସେକ୍ଟରରେ ନିୟମିତ ପାଟ୍ରୋଲିଂ କରୁଥିଲେ । ପାଟ୍ରୋଲିଂ କରିବା ସମୟରେ ହଠାତ୍ ଗାଡ଼ିଟି ଖସିପଡ଼ିବାରୁ ଏପରି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରୁ ଯବାନ ମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
Powered by Froala Editor