ଧନୁଯାତ୍ରାରେ ଦୁଲୁକିବ ବରଗଡ ସହର

ବରଗଡ଼: ଆଜିଠୁ କଂସ ରାଜୁତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର । ୧୧ଦିନ ଧରି ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ ।
ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ସହରର ଚତୁର୍ଦ୍ଦିଗ ଆଲୋକମାଳାରେ ଝଲସୁଛି । ଧନୁଯାତ୍ରା ପାଇଁ ସହରର ବିଭିନ୍ନ କାନ୍ଥରେ କରାଯାଇଛି ଆକର୍ଷଣୀୟ ଚିତ୍ର । ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ହୀରକ ଜୟନ୍ତୀ ଭାବେ ପାଳନ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ମେଳା ଲାଗିବା ସହ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏବର୍ଷ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ଲେଜର ଲାଇଟ।
Powered by Froala Editor