ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ବିଜେଡିରେ ମିଶନ୍ତୁ:ନବୀନ
ଭୁବନେଶ୍ୱର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୫ ବର୍ଷ ପୂରଣ କରି ଦଳ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏନେଇ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ବର୍ଗଙ୍କୁ ଆହ୍ୱାନ ଜଣାଇଛନ୍ତି ।
ସେ କହିଛନ୍ତି ଯେ ମା’ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ, ୧୦୦ ବର୍ଷ ରହିବ । ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ବିଜେଡିରେ ମିଶନ୍ତୁ । ସେ ପ୍ରଫେସନାଲ ହୁଅନ୍ତୁ ବା ସାହିତି୍ୟକ ବା କ୍ରୀଡ଼ାବିତ, ସମସ୍ତେ ଆସନ୍ତୁ । ଏ ଦଳ ଓଡ଼ିଶାର ଦଳ । ବିଜେଡି ଓଡ଼ିଶାବାସୀଙ୍କ ପାଇଁ କାମ କରୁଛି । ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ । ମା’ ମାନେ ଆସନ୍ତୁ, ଓଡ଼ିଶାର ବିକାଶର ଦାୟିତ୍ୱ ନିଅନ୍ତୁ । ମା’ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ, ୧୦୦ ବର୍ଷ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ପ୍ରତିଷ୍ଠା ଦିବସରେ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆପଣମାନେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ସେ କର୍ମୀଙ୍କୁ କହିଛନ୍ତି ।
ସେ କହିଛନ୍ତି ଯେ, ଲୋକଙ୍କ ପାଇଁ ଭଲ କାମ କରନ୍ତୁ । ମା’ମାନଙ୍କ ପାଇଁ ଭଲ କାମ କରନ୍ତୁ । ଆଦିବାସୀ, ଦଳିତ ଓ ଚାଷୀଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ କହିଛନ୍ତି ।
Powered by Froala Editor