ଛାତ ଉପରୁ ଡେଇଁ ପଡିଲେ ଋଷିୟ ପର୍ୟ୍ୟଟକ

ରାୟଗଡା: ରାୟଗଡାରେ ଆଉ ଜଣେ ଋଷିୟ ପର୍ୟ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଲେ ପାବେଲ ଅନ୍ଥମ । ପାବେଲ ହୋଟେଲ ସାଇ ଇଣ୍ଟନ୍ୟାସନାଲରେ ରହିଥିଲେ । ସେ ହୋଟେଲ ଛାତ ଉପରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ସୂଚନା ରହିଛି ।
ରିପୋର୍ଟ ଅନୁସାରେ ତାଙ୍କ ଗାଇଡ ଜିତେନ୍ଦ୍ର ସିଂହ ଆମ୍ବୁଲାନ୍ସ ଡକାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ୪ ଜଣ ଋଷିୟ ପର୍ୟଟକଙ୍କ ସହିତ ପାବେଲ ଓଡ଼ିଶା ବୁଲିବାକୁ ଆସିଥିଲେ। ଗତ ୨୧ ତାରିଖରେ ଦାରିଙ୍ଗବାଡ଼ିରୁ ରାୟଗଡ଼ା ଆସିଥିଲେ ପାବେଲ। ତେବେ ଗତ ୨୨ ତାରିଖ ଦିନ ପାବେଲଙ୍କ ସହିତ ଥିବା ଋଷିୟ ପର୍ୟ୍ୟଟକ ବ୍ଲାଡ଼ିମିର ବିଦାନୋଭଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପାବେଲ ଅନ୍ଥମଙ୍କର ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି ।
Powered by Froala Editor