ମୁଁ ମରିମରି ଜିଇଁଛି, ଯେଉଁଦିନ ଡିଭୋର୍ସ ହୋଇଯିବ ସେଦିନ ଜନ୍ମଦିନ ପାଳିବି
ଡିସେମ୍ବର ୨୪ ଶନିବାର ଓଲିଉଡ୍ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ଫ୍ୟାନଙ୍କୁ କହିଛନ୍ତି ନିଜ ମନର ବ୍ୟଥା ଓ ହୃଦୟର କଥା। ଅନୁଭବ ନିଜେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନୁଭବ ତାଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ମୋତେ ପ୍ରତିବର୍ଷ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି।
ଏ ବର୍ଷ ଆମେ ଆମ ବଡ଼ବାପାଙ୍କୁ ହରାଇଛୁ। ତେଣୁ ଜନ୍ମଦିନ ପାଳନ କରିବାକୁ ମୁଁ ନିଜେ ମନା କରିଛି। ହଁ ଆଉ ଗୋଟିଏ କଥା ସାଢ଼େ ୩ ବର୍ଷ ହେବ ମୋ' ବ୍ୟକ୍ତିଗତ ଜୀବନରେ ଦେଖାଦେଇଥିବା ସମସ୍ୟା ପାଇଁ ମଧ୍ୟ ଏବର୍ଷ ଜନ୍ମଦିନ ପାଳିବି ନାହିଁ। ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି ମୁଁ ମରିମରି ଜିଇଁଛି। ମୋର ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ମୁଁ ପ୍ରକୃତରେ ଜନ୍ମଦିନ ପାଳନ କରିବି। କାରଣ ସେଦିନ ହେବ ମୋର ନୂଆ ଜନ୍ମ। ଅର୍ଥାତ ପୁନଃଜନ୍ମ ହେବ। ସେହି ଦିନ ହେବ ମୋର ଅସଲ ଜନ୍ମଦିନର ସେଲିବ୍ରେସନ୍ ବୋଲି ଅନୁଭବ ଭିଡିଓ ବାର୍ତ୍ତାରେ କହିଛନ୍ତି।
ଆପଣମାନେ ବିଭିନ୍ନ ମାଧ୍ୟମରେ ଯେମିତି ଅଭିନନ୍ଦନ ଜଣାଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ପାଖରେ ଋଣୀ। ପ୍ରତିବର୍ଷ ଏମିତି ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦରେ ଲଦି ଦେଉଥାଆନ୍ତୁ ବୋଲି ସେ କହିଛନ୍ତି।
Powered by Froala Editor