ଚଢ଼ିଗଲା ଧାନକଟା ମେସିନ, ବାଳକର ମୃତ
ପଟ୍ଟାମୁଣ୍ଡାଇ : ଧାନକଟା ମେସିନ ଚଢ଼ିଯିବାରୁ ଏକ ୮ ବର୍ଷର ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଂଟା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବାଳକ ଜଣଙ୍କ ହେଲେ ଖଡିଅଂଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ।
ଗତକାଲି ଖଡିଅଂଟା ଗାଁ ନିକଟରେ ଥିବା ଭେଡ଼ାରେ ଧାନକଟା ମେସିନ ଦ୍ୱାରା ଧାନ ଅମଳ ହେଉଥିଲା। ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିଲେ। ତାଙ୍କୁ ଶୋଷ ହେବାରୁ ସେ ପିଇବା ପାଣି ଆଣିବା ପାଇଁ ଘରକୁ ଖବର ଦେଇଥିଲେ। ତାଙ୍କ ପତ୍ନୀ ପୁଅ ଶିବୁଙ୍କ ହାତରେ ପିଇବା ପାଣି ପଠାଇଥିଲେ। ଶିବୁ ପାଣି ନେଇ ବାପାଙ୍କ ନିକଟକୁ ଆସୁଥିବା ବେଳେ ପାଖ ବିଲରେ ଧାନ ଅମଳ କାର୍ୟ୍ୟରେ ନିୟୋଜିତ ଥିବା ଧାନକଟା ମେସିନଟି ଶିବୁଙ୍କୁ ଜୋରରେ ଧକ୍କା ଦେଇଥିଲା। ପରେ ମେସିନଟି ତାଙ୍କ ଉପରେ ମାଡି ଯାଇଥିଲା। ହେଲେ ଡାକ୍ତରଖାନା ଯିବା ବାଟରେ ଶିବୁଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor