କୋଭୋଭାକ୍ସକୁ ବୁଷ୍ଟର ଡୋଜ ବ୍ୟବହାର ଅନୁମତି ପାଇଁ ଲୋଡିଲା ଏସ୍ଆଇଆଇ
ମହାମାରୀ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସ୍ଆଇଆଇ) କୋଭିଡ ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି। ଏହି ଟିକାକୁ ବୁଷ୍ଟର ଭାବେ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭୋଭାକ୍ସକୁ ବୁଷ୍ଟର ଭାବେ ନେଇପାରିବେ। ତେଣୁ ଡିସିଜିଆଇ ଏଥିପାଇଁ ଅନୁମତି ଦେଉ ବୋଲି ସେରମ ଅନୁରୋଧ କରିଛି।
Powered by Froala Editor