ଫିଲ୍ମ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା!
୩୯ ବର୍ଷିୟା ଅନୁଷ୍କା ଜଣେ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନୁଷ୍କା ଏହାକୁ କିମ୍ବା ଅସ୍ବୀକାର କରିନାହାଁନ୍ତି। ହେଲେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେ ବିବାହ କରିବେ ବୋଲି କୁହାଯାଉଛି।
ବାହୁବଳୀ ଫିଲ୍ମ ପରେ ଅନୁଷ୍କା ପ୍ରଭାସଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା । ଗୁଜବ ଆରମ୍ଭ ହେବା ମାତ୍ରେ ଅନୁଷ୍କା କହିଥିଲେ, ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି। ସେ ମୋର ଭଲ ବନ୍ଧୁ। କିନ୍ତୁ ଏହି ସମ୍ପର୍କକୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଉଚିତ୍ ନୁହେଁ। ଏହା ପୂର୍ବରୁ ଅନୁଷ୍କା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଥିଲା। ଏହି କଥାକୁ ଅସ୍ବୀକାର କରି ସେ କହିଥିଲେ, ମୁଁ ଯେତେବେଳେ ବିବାହ କରିବି, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କହିବି।
Powered by Froala Editor