ପୁଣି ମାଡିଲାଣି କରୋନା : ରାଜ୍ୟ ମାନଙ୍କୁ ଆଲର୍ଟ କଲେ କେନ୍ଦ୍ର ସରକାର
ଦେଶରେ ପୁଣିଥରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଏପରିକି ଚୀନ୍ରେ ମୃତ ଲୋକମାନଙ୍କୁ ମଶାଣିରେ ଶବଦାହ କରିବା ଲାଗି ଜାଗା ମିଳୁ ନଥିବାର ଖବର ମଧ୍ୟ ଆସିଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। କରୋନାର ଭ୍ୟାରିଏଣ୍ଟଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏଥିସହ ଜେନୋମ ସିକ୍ୱେନ୍ସିଂ ପାଇଁ ତତ୍କାଳ ଭାବେ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ନମୁନା ଲ୍ୟାବକୁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଚିଠି ଲେଖି ବର୍ତ୍ତମାନ ସମୟରେ ଲୋକମାନେ ସଂକ୍ରମିତ ହେଉଥିବା ଭ୍ୟାରିଏଣ୍ଟର ଟ୍ରେଣ୍ଡ କ’ଣ ରହିଛି, ତା’ର ସମୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି।
ରିପୋର୍ଟ ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଚାଇନାର ରାଜଧାନୀ ବେଜିଂରେ ସାତଜଣ କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ଘଟିଛି । ତେବେ ଅନୌପଚାରିକ ଆକଳନ ଅନୁଯାୟୀ କେବଳ ଚାଇନାର ରାଜଧାନୀରେ କରୋନାଭାଇରସ୍ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।
Powered by Froala Editor