ଅବୁଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ସଫଳ ପରୀକ୍ଷଣ

ଗୁରୁବାର ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପ୍ରସ୍ତୁତ କରିଛି। ଏହି ମିସାଇଲ ଏକା ସାଙ୍ଗରେ ଅନେକ ଯୁଦ୍ଧାସ୍ତ୍ର ନେବାରେ ସକ୍ଷମ ହେବ। ଅଗ୍ନି-୫ ମିଶାଇଲ ଭାରତର ପ୍ରଥମ ଓ ଏକମାତ୍ର ଆନ୍ତମହାଦେଶୀୟ ବାଲିଷ୍ଟିକ ମିସାଇଲ ବୋଲି କୁହାଯାଉଛି ।
ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫,୫୦୦ କିଲୋମିଟର। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।
ଅଗ୍ନି-୫ ଏକାଥରକେ ଅନେକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ। ଏହାକୁ ଅତି ସହଜରେ ଓ ଅଳ୍ପ ସମୟରେ ମୁତୟନ କରାଯାଇପାରିବା ସହ ଘଣ୍ଟାପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଯାଇପାରିବ ।
Powered by Froala Editor