ପି.ଟି. ଉଷା ଭାରତୀୟ ଅଲିମ୍ପିକ ସଂଘ ନୂଆ ସଭାପତି
ଭେଟେରାନ ଧାବିକା ପି.ଟି. ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏଶନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୮ ବର୍ଷୀୟ ଉଷା ନିର୍ନ୍ଦ୍ୱନ୍ଦ୍ୱରେ ଶୀର୍ଷ ପଦବୀକୁ ମନୋନୀତ ହୋଇଛନ୍ତି। ପ୍ରଥମ ମହିଳା ଓ ଅଲିମ୍ପିଆନ୍ ଭାବେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପିଟି ଉଷା ଭାରତୀୟ ଅଲିମ୍ପିକ ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହେବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କୁ ଏଥିନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପି.ଟି.ଉଷା କହିଛନ୍ତି, ଅଲିମ୍ପିକ୍ସରେ ଭାରତର ସୁନାମକୁ ନିଶ୍ଚିତ ଦ୍ୱିଗୁଣିତ କରିବି।
ଏବେ ତାଙ୍କ ଉପଲବ୍ଧି ଫର୍ଦ୍ଦରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି। ସେ ୯୫ ବର୍ଷର ଆଇଓଏ ଇତିହାସରେ ଅଧ୍ୟକ୍ଷ ହୋଇଥିବା ପ୍ରଥମ ଅଲିମ୍ପିଆନ୍ ଏବଂ ପ୍ରଥମ ଅନ୍ତର୍ଜାତୀୟ ପଦକ ବିଜେତା ପାଲଟିଛନ୍ତି।
୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ଅଳ୍ପକେ ପଦକ ହରାଇଥିଲେ ପିଟି ଉଷା। ମାତ୍ର ୧ ସେକେଣ୍ଡ ପାଇଁ ପିଟି ଉଷା ପଦକ ଜିତି ପାରି ନ ଥିଲେ। କିନ୍ତୁ ତାଙ୍କ ୫୫ ଦଶମିକ ୪୨ ସେକେଣ୍ଡର ଟାଇମିଂ ଏବେ ବି ଜାତୀୟ ରେକର୍ଡ ହୋଇ ରହିଛି।
Powered by Froala Editor