ସଂସଦର ଶୀତଅଧିବେଶନରେ ଯୋଗ ନଦେଇପାରନ୍ତି ଏହି ବରିଷ୍ଠ ନେତାମାନେ...
ସଂସଦର ଶୀତକାଳୀନ ଅଧିବେଶନରେ ଜୟରାମ ରମେଶ ଏବଂ ଦିଗ୍ବିଜୟ ସିଂହଙ୍କ ଭଳି ଅନେକ ବରିଷ୍ଠ ନେତା ସମେତ ସାଂସଦ ରାହୁଲ୍ ଗାନ୍ଧୀ ଯୋଗ ଦେଇ ନ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ନେତାମାନେ ରାହୁଲ୍ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗଦାନ ଅବ୍ୟାହତ ରଖିବେ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, ଦଳର ନେତୃବୃନ୍ଦମାନେ ଭାରତ ଯୋଡ଼ୋ ଯାତ୍ରାର ସଫଳତା ଉପରେ ବେଶୀ ଫୋକସ କରିବାକୁ ଚାହୁଁଛନ୍ତି। ଏଯାଏ ଭାରତ ଯୋଡ଼ୋ ଯାତ୍ରାକୁ ମିଳିଥିବା ସଫଳତା ଯେମିତି ଆଗକୁ ମଧ୍ୟ ଜାରି ରହିବ, ସେ ଲକ୍ଷ୍ୟରେ କଂଗ୍ରେସ ରହିଛି। ଭାରତ ଯୋଡ଼ୋ ଯାତ୍ରାର ସଫଳତା ପାଇଁ ବରିଷ୍ଠ ନେତା ଉପସ୍ଥିତ ରହିବା ଜରୁରୀ। ତେଣୁ ସେମାନେ ଶୀତ ଅଧିବେଶନରୁ ଦୂରେଇ ରହି ଯାତ୍ରାରେ ସାମିଲ ହେବାକୁ କୁହାଯାଇଛି। ସେମାନେ ମଧ୍ୟ ଏହି ନିଷ୍ପତ୍ତି ଅନୁସାରେ କାମ କରିବାକୁ ରାଜି ହୋଇଛନ୍ତି।
ଆଗକୁ ବିଭିନ୍ନ ରାଜ୍ୟରେ ଏହି ବିଶାଳ ପଦଯାତ୍ରା କେମିତି ସଫଳତାର ସହ ଆଗକୁ ବଢ଼ିବ, ସେହି କାମରେ ବରିଷ୍ଠ ନେତାମାନେ ବ୍ୟସ୍ତ ରହିବେ। ତେଣୁ ରାହୁଲ ଗାନ୍ଧିଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଶୀତ ଅଧିବେଶନରେ ଅନୁପସ୍ଥିତ ରହିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
Powered by Froala Editor