ଯୁଦ୍ଧ ଯୋଗୁଁ ୟୁରୋପରେ ଖାଦ୍ୟ ମିଳୁନି : ପିଲାଙ୍କ ଥାଳିରୁ ଯାହା ବଳୁଛି ମା’ ଖାଉଛନ୍ତି
୯ ମାସ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁ ୟୁରୋପରେ ଖାଦ୍ୟ ସଂକଟ ବଢ଼ିଛି । ଏଭଳି ପରିସ୍ଥିତିରେ ‘ସିଙ୍ଗଲ୍ ପ୍ୟାରେଣ୍ଟସ (ପାର୍ଟନର ବିନା ପରିବାର ଚଳାଉଥିବା ଲୋକ)’ ପକ୍ଷେ ଖାଦ୍ୟ ଜୁଟାଇବା ମୁସ୍କିଲ ହୋଇପଡ଼ିଛି । ଖାଦ୍ୟ ସାମଗ୍ରୀ ଦର ଅହେତୁକ ଭାବେ ବଢ଼ିବା କାରଣରୁ ଦିନକୁ ଗୋଟିଏ ଥର ଖାଇବା ଛାଡ଼ିଦେଉଛନ୍ତି ।
ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିବାରୁ ୟୁରୋପରେ ଲୋକମାନେ ଫୁଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ଏ ପର୍ଯ୍ୟନ୍ତ ୩,୨୦,୦୦୦ ଲୋକ ଖାଦ୍ୟ ପାଇଁ ଫୁଡ୍ ବ୍ୟାଙ୍କ ଯାଇଥିବା ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ ଚଳିତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୩ ଲକ୍ଷ ଲୋକଙ୍କୁ ଆପାତକାଳୀନ ଖାଦ୍ୟ ପାର୍ସଲ୍ ବଣ୍ଟନ କରାଯାଇଛି ।
ଲିଜା କ୍ଲାର୍କ ନାମ୍ନୀ ଜଣେ ମହିଳାଙ୍କ କହିବାନୁଯାୟୀ ଖାଦ୍ୟ ସାମଗ୍ରୀ ଦର ବଢ଼ିବା କାରଣରୁ ସେ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି । ପିଲାମାନେ ଖାଇବା ପରେ ଥାଳିରେ ଯାହା ବଳୁଛି, ତାହାକୁ ଖାଇ ସେ ବଞ୍ଚୁଛନ୍ତି ।
Powered by Froala Editor