ବାପା ଛାଡ଼ିଲେ କିନ୍ତୁ ପୁଅ କହିଲେ ଉଦ୍ଧବଙ୍କ ସହ ସବୁବେଳେ ରହିବି
ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ବଡ ଝଟକା ଲାଗିଛି । ମୁମ୍ବାଇର ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିବା ୭୯ ବର୍ଷୀୟ ଗଜାନନ କିରତିକର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଗଜାନନଙ୍କ ପୁଅ ଅମୋଲ ଉଦ୍ଧବଙ୍କ କ୍ୟାମ୍ପରେ ରହିଛନ୍ତି। ଅମୋଲ ହେଉଛନ୍ତି ଆଦିତ୍ୟ ଠାକରେଙ୍କ ଯୁବ ସେନାର ସକ୍ରିୟ ସଦସ୍ୟ। ତାଙ୍କ ବାପା ବ୍ୟକ୍ତିଗତ କାରଣରୁ ଦଳ ବଦଳ କରିଥିଲେ ମଧ୍ୟ ଅମୋଲ ସବୁବେଳେ ଉଦ୍ଧବ ଠାକରେଙ୍କ ସହ ରହିବେ ବୋଲି କହିଛନ୍ତି।
ଗଜାନନଙ୍କ ବାଲାସାହେବ ଶିବସେନା(ସିନ୍ଦେଙ୍କ ଦଳ)ରେ ମିଶିଥିବା ନିଜେ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି। ସେ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାରୁ ତାଙ୍କୁ ଉଦ୍ଧବ ଠାକରେଙ୍କ ଦଳ ତାଙ୍କୁ ବହିଷ୍କାର କରିଛି। ଗଜାନନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଙ୍କୁ ଯାଇ ସିନ୍ଦେଙ୍କୁ ଭେଟିଥିଲେ। ସେଠାରୁ ବାହାରିବା ପରେ ସେ ଉଦ୍ଧବଙ୍କୁ ଛାଡ଼ି ସିନ୍ଦେଙ୍କ ହାତ ଧରିଛନ୍ତି। ଏବେ ଉଦ୍ଧବଙ୍କ ପାଖରେ ମାତ୍ର ୬ ଜଣ ସାଂସଦ ରହିଛନ୍ତି।
Powered by Froala Editor