ଦ୍ୱିତୀୟ ଥର କନ୍ୟା ସନ୍ତାନର ମା’ ହେଲେ ଦେବିନା
ବିବାହର ୧୧ ବର୍ଷ ପରେ ଦେବିନା ବାନାର୍ଜୀ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମାଆ ହୋଇଛନ୍ତି। ପୂର୍ବରୁ ଝିଅ ଲିଆନାଙ୍କୁ ଜନ୍ମ ଦେଇଥିଲେ ଦେବିନା। ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ଗୁରମିତ୍ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଅଭିନେତା ଲେଖିଛନ୍ତି – ଇଟ୍ସଏ ଗର୍ଲ । ତାଙ୍କ ପ୍ରଶଂସକଙ୍କୁ ଏହି ଗୁଡ ନ୍ୟୁଜ୍ ଦେଇଛନ୍ତି ।ତେବେ ଗୁରମିତ୍ଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍ ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor