୪ ବର୍ଷ ପରେ ପରଦାକୁ ଫେରିବେ ରତନ ରାଜପୁତ
ଦୀର୍ଘ ୪ ବର୍ଷ ପରେ ପୁଣି ଟେଲିଭିଜନ ପରଦାକୁ ଫେରୁଛନ୍ତି ଜଣାଶୁଣା ଅଭିନେତ୍ରୀ ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ'ରେ ନଜର ଆସିନାହାନ୍ତି। ଏବେ ରତନ ନିଜେ ଅପ୍ଡେଟ୍ ଦେଇଛନ୍ତି।
ଅଭିନେତ୍ରୀ ଏହା ପଛର କାରଣ କହିଛନ୍ତି, ୨୦୧୮ରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଶୋବିଜ୍ରୁ ବ୍ରେକ୍ ନେଇଥିଲେ। ସେ ଡିପ୍ରେସନକୁ ଚାଲି ଯାଇଥିବା ଯୋଗୁ ନିଜ ଉପରେ ଧ୍ୟାନ ଦେବାକୁ ଠିକ୍ ବୋଲି ଭାବିଥିଲେ।
ସେ ଆହୁରି କହିଛନ୍ତି ଡିପ୍ରେସନରେ ମେଡିକେଶନ ନେବାକୁ ଚାହୁଁ ନ ଥିଲି। ଗାଁରେ ଚାଷ କରିବା ମୋ ପାଇଁ ଥେରାପି ଭଳି ଥିଲା। ଏହା ଅନେକାଂଶରେ ମୋତେ ଠିକ୍ ହେବାରେ ସହାୟକ ହୋଇଥିଲା। ଗାଁର ଚିନ୍ତାମୁକ୍ତ ଜୀବନ କେଉଁଭଳି ଲୋକେ ବଞ୍ଚନ୍ତି ତାହା ଶିଖିଥିଲି। ସେଠାରେ ମୁଁ ନିଜ ସମୟକୁ ଉପଭୋଗ କରିଥିଲି। ଅଭିନୟ ବହୁତ କିଛି ଶିଖାଇଥିଲା, ହେଲେ ଗାଁରେ ରହିବା ପରେ ଜୀବନ ଜିଇଁବାକୁ ନେଇ ଏକ ନୂଆ ଦୃଷ୍ଟିକୋଣ ମୋତେ ମିଳିଛି ବୋଲି ରତନ କହିଛନ୍ତି। ରତନ ୟୁଟ୍ୟୁବ୍ରେ ବେଶ ଆକ୍ଟିଭ ଥିବା ବେଳେ ଖୁବ୍ଶୀଘ୍ର ଟେଲିଭିଜନକୁ ଫେରିବାକୁ ଯୋଜନା ରଖିଛନ୍ତି। ଶେଷ ଥର ପାଇଁ ରତନ ଟେଲି ଧାରାବାହିକ 'ସନ୍ତୋଷୀ ମା'ରେ ନଜର ଆସିଥିଲେ।
Powered by Froala Editor