ମୁଲାୟମଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଆଉନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ୮୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଗତ ସପ୍ତାହ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ଏପରିକି ଗତକାଲି ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି।
ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ମୁଲାୟମଙ୍କ ଦେହାନ୍ତ ଅପୁରଣୀୟ କ୍ଷତି ହୋଇଥିବା କହିଥିବା ବେଳେ, ମୁଲାୟମ ସିଂ ଯାଦବ ଏକ ସାଧାରଣ ପରିବାରରୁ ଆସି ଅସାଧାରଣ କାର୍ୟ୍ୟ କରିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଶୋକବାର୍ତ୍ତାରେ ମୁଲାୟମଙ୍କ ସହ ତାଙ୍କର ନିବିଡ଼ତାକୁ ନେଇ ସୂଚନା ଦେଇଛନ୍ତି ।
ମୋଦୀ କହିଛନ୍ତି କି, ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ବାର୍ତ୍ତାଳପ ହୋଇଛି । ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରିଥିଲେ ମୁଲାୟମ । ତାହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦେଶର ଶକ୍ତି ବୃଦ୍ଧି ପାଇଁ ମୁଲାୟମ ଉଦ୍ୟମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । ରାଜନାଥ କହିଛନ୍ତି, ଦଶନ୍ଧି ଦଶନ୍ଧି ହେଲା ୟୁପି ରାଜନୀତିରେ ପ୍ରମୁଖ ଭୂମିକା ନଭାଇଥିଲେ ।
Powered by Froala Editor