ଦିନକରେ ୫,୭୪୭ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି ମହାମାରୀ । ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ମାମଲାରେ ବିଗତ କିଛି ଦିନ ହେଲା ବ୍ରେକ ଲାଗିଛି । ଦେଶରେ ଏବେ ଦୈନିକ ପଜିଟିଭ ମାମଲା ୫ରୁ ୬ ହଜାର ମଧ୍ୟରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୫,୭୪୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟଏ ପଟେ ସଂକ୍ରମଣ କମୁଥିବା ବେଳେ, ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୫,୬୧୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୯,୫୩,୩୭୪ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୪୬,୮୪୮ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୬୯%କୁ ବୃଦ୍ଧି ପାଇଛି । ଆଜି ପର୍ୟ୍ୟନ୍ତ ୫,୨୮,୩୦୨ ହଜାର କୋରୋନା ସଂକ୍ରମିତପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୮୯.୦୯ କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି ।
Powered by Froala Editor