ସାଧୁଙ୍କୁ ପିଲାଚୋର ଭାବି ମରଣାନ୍ତକ ଆକ୍ରମଣ
ମଙ୍ଗଳବାର ମହାରାଷ୍ଟ୍ରରେ ପାଲଘର ସାଙ୍ଗଲି ଜିଲ୍ଲାରେ ୪ ଜଣ ସାଧୁଙ୍କ ଉପରେ ଆକ୍ରମଣ ହୋଇଛି। ପିଲା ଚୋର ସନ୍ଦେହରେ ଲୋକେ ନିର୍ଧୁମ ପିଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ତଲାସି ଜାରି ରହିଛି । ତେବେ ଆକ୍ରମଣର ଶିକାର ହୋଇଥିବା ସାଧୁମାନେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜ୍ଜୁ କରିନାହାନ୍ତି । ‘ଭଗବାନ ସେମାନଙ୍କୁ ଦଣ୍ଡ ଦେବେ’ କହି ସେମାନେ ଉକ୍ତ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି ।
ସୂଚନା ଅନୁସାରେ, ଏହି ୪ ଜଣ ସାଧୁ ଉତ୍ତରପ୍ରଦେଶ ମଥୁରାର ବାସିନ୍ଦା। ଏମାନେ କର୍ଣ୍ଣାଟକର ବିଜାପୁରରୁ ପନ୍ଦରପୁର ଅଭିମୁଖେ ଦର୍ଶନ ପାଇଁ ଯାଉଥିଲେ। ସେମାନେ ସୋମବାର ଗାଁର ଏକ ମନ୍ଦିରରେ ରହିଥିଲେ। ତେବେ ମଙ୍ଗଳବାର ନିଜ ଗନ୍ତବ୍ୟସ୍ତଳକୁ ଯିବା ପାଇଁ ଜଣେ ଛୋଟ ପିଲାକୁ ରାସ୍ତା ପଚାରି ବୁଝିଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକେ ଏମାନେ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ଛୋଟ ପିଲାଙ୍କୁ ଅପହରଣ କରୁଥିବା ଅପରାଧୀ ଗ୍ୟାଙ୍ଗର ଏମାନେ ସଦସ୍ୟ ବୋଲି ଗାଁ ଲୋକେ ଭାବିଥିଲେ। ଏହାପରେ ଏକାଠି ହୋଇ ଏହି ଚାରି ସାଧୁଙ୍କୁ ଉପରେ ଗ୍ରାମବାସୀ ବାଡିରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ଜଣାପଡ଼ିଥିଲା ଯେ ଏକ ସୋସିଆଲ ମିଡିଆ ଭିଡିଓ ଦେଖି ଉକ୍ତ ପିଲା ସାଧୁମାନଙ୍କୁ ପିଲାଚୋର ଭାବିଥିଲା ।
ପୂର୍ବରୁ ଗତ ୨୦୨୦ରେ ମହାରାଷ୍ଟ୍ରର ପାଲଘରରେ ହୋଇଥିବା ଦୁଇଜଣ ସାଧୁଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେତେବେଳେ ବିଜେପି ଏହି ଘଟଣାକୁ ନେଇ ତତାକାଳୀନ ଉଦ୍ଧବ ସରକାରଙ୍କୁ ସମାଲୋଚନା କରିଥିଲା ।
Powered by Froala Editor