ଡାକ୍ତରଙ୍କୁ ହତ୍ୟା ଧମକ: ‘ହିନ୍ଦୁ ସଙ୍ଗଠନକୁ ସମର୍ଥନ କଲେ ମୁଣ୍ଡ ଗଣ୍ଡି ଅଲଗା କରିଦେବୁ’
ହିନ୍ଦୁ ସଙ୍ଗଠନଗୁଡ଼ିକ ପ୍ରତି ସମର୍ଥନ ଦେଖାଉଥିବାରୁ ଉତ୍ତର ପ୍ରଦେଶ ଗାଜିଆବାଦର ଜଣେ ଡାକ୍ତର ଆମେରିକାର ଗୋଟାଏ ‘ହ୍ବାଟ୍ସ୍ଆପ୍’ ନମ୍ବରରୁ ହତ୍ୟା ଧମକ ପାଉଛନ୍ତି। ଏନେଇ ଡାକ୍ତର ସିହାନି ଗେଟ୍ ପୁଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ସାଇବର୍ ସେଲ୍ରେ ସାହାଯ୍ୟରେ ମାମଲାର ତଦନ୍ତ ଆରମ୍ଭ କରିଛି।
ଗାଜିଆବାଦର ଲୋହିଆ ନଗରର ଆମ୍ବେଦକର କଲୋନୀରେ ରହୁନ୍ତି ଡାକ୍ତର ଅରବିନ୍ଦ ବତ୍ସ। ଲୋହିଆ ନଗର ଆଉଟପୋଷ୍ଟ ନିକଟରେ ତାଙ୍କର ଏକ କ୍ଲିନିକ ଅଛି, ଯେଉଁଠି ସେ ପ୍ରାୟ ୨୪ ବର୍ଷ ଧରି ପ୍ରାକ୍ଟିସ କରୁଛନ୍ତି। ଏହା ବ୍ୟତୀତ ସେ ହିନ୍ଦୁ ସଂଗଠନ ସହ ମଧ୍ୟ ଜଡିତ। ସେ ହିନ୍ଦୁ ସ୍ୱାଭିମାନ ମଞ୍ଚର ଉତ୍ତରପ୍ରଦେଶ ଓ ବିହାର ରାଜ୍ୟ ପ୍ରଭାରୀ ଅଟନ୍ତି।
ଅଭିଯୁକ୍ତ ଡାକ୍ତରଙ୍କୁ ‘ସର୍ ତନ୍ ସେ ଜୁଦା’ ବା ‘ଗଣ୍ଡିରୁ ମୁଣ୍ଡ ଅଲଗା’ ହେବା ଦେବା ସହ ହିନ୍ଦୁ ସଙ୍ଗଠନଗୁଡ଼ିକୁ ସମର୍ଥନ ନ କରିବାକୁ ପରାମର୍ଶ ଦେଇଛନ୍ତି। ତା’ ନ ହେଲେ ତାଙ୍କର ମୁଣ୍ଡକାଟ ହେବ ବୋଲି ସେ କହିଛନ୍ତି।
ଡାକ୍ତରଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି, ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆପଣଙ୍କୁ ରକ୍ଷା କରିବାକୁ ସମର୍ଥ ହେବେ। ଆମେ ଆପଣଙ୍କ ଅଞ୍ଚଳରେ ସାମରିକ ପର୍ଯ୍ୟବେକ୍ଷଣ କରିସାରିଛୁ ବୋଲି ସେ ଧମକ ଦେଇଥିଲେ। ଡାକ୍ତର ଓ ଅଭିଯୁକ୍ତଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି କଥାବାର୍ତ୍ତା ବେଳେ ଅଭିଯୁକ୍ତ ଡାକ୍ତରଙ୍କୁ ଅନେକ ଥର ଧମକ ଦେଇଥିବା ଅଭିଯୋଗ ହୋଇଛି।

Powered by Froala Editor