ଲିଜ୍ ଙ୍କୁ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ କଲେ ରାଣୀ ଏଲିଜାବେଥ୍
ଲିଜ୍ ଟ୍ରସଙ୍କୁ ବ୍ରିଟେନରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି ରାଣୀ ଏଲିଜାବେଥ ୨ୟ । ସୋମବାରଦିନ ସେ କଂଜରଭେଟିଭ ଦଳର ନେତ୍ରୀ ଚୟନ ହେବା ପରେ ମଙ୍ଗଳବାରଦିନ ସେ ବାଲମୋରାଲ କାସଲ ଯାଇ ରାଣୀଙ୍କୁ ସାକ୍ଷାତ କରିଥିଲେ । ରାଣୀ ଏଲିଜାବେଥ ୨ ବିଧିବଦ୍ଧ ଭାବେ ଟ୍ରସଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତି କରିଛନ୍ତି। ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି। ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ବୋରିସ ଜନସନ ରାଣୀ ଏଲିଜାବେଥ-୨ଙ୍କୁ ଭେଟିଥିଲେ। ଏହି ସମୟରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ରାଣୀ ଏଲିଜାବେଥ ୨ୟଙ୍କ ରାଜତ୍ବରେ ଲିଜ୍ ଟ୍ରସ ହେଉଛନ୍ତି ୧୫ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ । ରାଣୀ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ନିଜର ମନ୍ତ୍ରୀମଣ୍ଡଳ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଲିଜ୍ ଟ୍ରସଙ୍କ ସଂପୂର୍ଣ୍ଣ ନାମ ହେଉଛି ମେରି ଏଲିଜାବେଥ ଟ୍ରସ୍ । ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମ ଗ୍ରହଣ କରିଥିବା ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରେ ପଢିଥିବା ଟ୍ରସ ପୂର୍ବରୁ ତୈଳ କମ୍ପାନି ସେଲରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ ।
Powered by Froala Editor