ବସ୍ ଆସିଲାନି, ରନୱେରେ ଚାଲିଲେ ଯାତ୍ରୀ
ସ୍ପାଇସ୍ ଜେଟ୍ର ହାଇଦ୍ରାବାଦ-ଦିଲ୍ଲୀ ବିମାନରୁ ଶନିବାର ଓହ୍ଲାଇଥିବା ଅନେକ ଯାତ୍ରୀ ରନୱେରେ ଚାଲି ଚାଲି ବିମାନ ବନ୍ଦରକୁ ମୁହାଁଇଥିଲେ। କାରଣ ଏୟାରଲାଇନ ଯାତ୍ରୀଙ୍କୁ ତୁରନ୍ତ ବସ୍ ଉପଲବ୍ଧ କରିପାରିନଥିଲା। ଏମିତି କିଛି ଅବ୍ୟବସ୍ଥା ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମଳିଥିଲା। ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ସ୍ପାଇଜଜେଟର ଯାତ୍ରୀମାନଙ୍କୁ ଏହି ସମସ୍ୟା ଭୋଗିବାକୁ ପଡ଼ିଥିଲା। ପ୍ରାୟ ୪୫ ମିନିଟ୍ ଧରି ବସ୍ ନଆସିବାରୁ ଟର୍ମିନାଲକୁ ପ୍ରାୟ ଦେଢ଼ କିମି ରାସ୍ତା ଚାଲି ଚାଲି ଯାଇଥିଲେ ଯାତ୍ରୀ। ଏଭଳି ଅଭିଯୋଗ ଆସିବା ପରେ ବେସାମରିକରି ବିମାନ ନିର୍ଦ୍ଦେଶାଳୟ(ଡିଜିସିଏ) ଏହାର ତଦନ୍ତ ଆରମ୍ଭ କରିଛି । ଘଟଣା ଜଣାପଡିବା ପରେ ରବିବାର ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ସ୍ପାଇସଜେଟ୧୮୬ ଯାତ୍ରୀଙ୍କୁ ନେଇ ଶନିବାର ରାତି ୧୧ଟା ୨୪ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ପ୍ରଥମେ ଏକ ବସ୍ ଆସି କିଛି ଯାତ୍ରୀଙ୍କୁ ଟର୍ମିନାଲ-୩ ଅଭିମୁଖେ ନେଇଥିଲା। ଏହା ପରେ ଆଉ ବସ୍ ଆସିନଥିଲା। ଫଳରେ ବାକି ଯାତ୍ରୀଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ବିମାନ ଅବତଣର ୪୫ ମିନିଟ୍ ପରେ ଅନ୍ୟ ବସ୍ଟି ପହଞ୍ଚିଥିଲା। ହେଲେ ସତେବେଳକୁ ଯାତ୍ରୀମାନେ ଚାଲିବା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ସ୍ପାଇସଜେଟ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛି। ତାଙ୍କ କହିବା ଅନୁଯାୟୀ ସାମାନ୍ୟ ବିଳମ୍ବରେ ଆମର ଅନ୍ୟ କୋଚ୍ଟି ସେଠାରେ ପହଞ୍ଚିଥିଲା। ଆମର ଷ୍ଟାଫମାନେ ଯାତ୍ରୀମାନଙ୍କୁ ଚାଲି ଚାଲି ନଯିବାକୁ ଅନୁରୋଧ କରିଥିଲେ। ହେଲେ ସେମାନେ ଶୁଣି ନଥିଲେ।
୧୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ସ୍ପାଇସ୍ ଜେଟ୍ ବିମାନମାନଙ୍କରେ ଲଗାତାର ବୈଷୟିକ ତ୍ରୁଟି ଦେଖା ଦେବା ଯୋଗୁ ଡିଜିସିଏ ୮ ସପ୍ତାହ ପର୍ଯ୍ୟନ୍ତ ୫୦ ପ୍ରତିଶତ ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ।
Powered by Froala Editor