ଏୟାରପୋର୍ଟ ଡଷ୍ଟବିନ୍ରେ କିଏ ଫୋପାଡ଼ିଲା ସୁନା ଇଟା?
ଗୁରୁବାର ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି । ଜବତ ହୋଇଥିବା ୬ଟି ସୁନା ଇଟାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହେବା ଅନୁମାନ କରାଯାଉଛି । ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ସେଗୁଡ଼ିକୁ ଜବତ କରିଛନ୍ତି । ମାତ୍ର କିଏ ସେଗୁଡ଼ିକୁ ଆଣୁଥିଲା ସେ ସମ୍ପର୍କରେ ଏବେ କିଛି ଜଣାପଡ଼ିନାହିଁ । କଷ୍ଟମ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ଏହି ଘଟଣାରେ ଜଣେ ଏୟାରପୋର୍ଟ କର୍ମଚାରୀଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି । ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା । ପ୍ରଥମେ ଜଣାପଡ଼ୁଥିଲା ଯେ କେହି ଜଣେ କିଛି ଅଳିଆ କଳା ପଲିଥିନରେ ରଖି ଫିଙ୍ଗିଦେଇଛି । ପରେ ସେଗୁଡ଼ିକୁ ଖୋଲିବା ପରେ ସୁନା ଇଟା କଥା ଜଣାପଡ଼ିଥିଲା ।
ଗତ ସପ୍ତାହରେ ଚେନ୍ନାଇ ଏୟାରପୋର୍ଟରେ ଏକ ସମାନ ପ୍ରକାରର ଘଟଣା ଘଟିଥିଲା । ଏକ ବିମାନର ଶୌଚାଳୟ ଭିତରୁ ଏକ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା ।
Powered by Froala Editor