କାହିଁକି କୁଣ୍ଡାଇ ହୁଏ ଦାଢ଼ି, କାରଣ ଜାଣନ୍ତୁ....
ମହିଳାମାନଙ୍କ ଭଳି ପୁରୁଷମାନେ ମଧ୍ୟ ନିଜକୁ ସୁନ୍ଦର ରଖିବାକୁ ଚେଷ୍ଟା କରନ୍ତି। ଆଉ ଆଜିକାଲି ପୁରୁଷମାନେ ନିଜ ଦାଢିକୁ ଭଲଭାବେ ସଜେଇ ରଖିବାକୁ ପସନ୍ଦ କରୁଛନ୍ତି। ପୁଅମାନେ ଦାଢିକୁ କ୍ଲିନ ସେଭ ନ କରି ଟ୍ରିମିଂ କରି ରଖି ନିଜ ଲୁକ୍ସ ଦ୍ୱାରା ମହିଳାଙ୍କୁ ଆକର୍ଷିତ କରୁଛନ୍ତି। କିନ୍ତୁ ଦାଢିକୁ ମେଣ୍ଟେନ କରି ରଖିବା ସହଜ ନୁହେଁ। ସର୍ବାଦ ଦାଢି ରଖିବା ଦ୍ୱାରା ମଧ୍ୟ କୁଣ୍ଡାଇ ହୋଇଥାଏ। ତେବେ ଏମିତି ସମସ୍ୟାରୁ ବଞ୍ଚିବା ପାଇଁ ସହଜ ଉପାୟ ଆପଣାଇପାରିବେ। ଦାଢିର ଯତ୍ନ ନେବା ଏବଂ କାଟିବା ସମୟରେ କିଛି ଜିନିଷର ଧ୍ୟାନ ରଖିବା ଉଚିତ। ତେବେ ଦାଢି କୁଣ୍ଡାଇ ହୁଏ କାହିଁକି ? କେମିତି ଏଥିରୁ ରକ୍ଷା ପାଇବେ ?
ଦାଢି କୁଣ୍ଡାଇ ହେବାର କାରଣ ?
ଢି କୁଣ୍ଡାଇ ହେବାର ବଡ କାରଣ ହେଉଛି, ସଠିକ୍ ଭାବେ ସଫା ନ କରିବା। ହାଇଜିନ ମେଣ୍ଟେନ ନ କରିବା ଦ୍ୱାରା ଦାଢି କୁଣ୍ଡାଇ ହୁଏ। ଯେଉଁମାନଙ୍କର ସ୍କିନ ଅଧିକ ଡ୍ରାଏ ହୋଇଥାଏ ସେମାନଙ୍କର ଦାଢି କୁଣ୍ଡାଇ ହୁଏ।
ଯେଉଁ ଲୋକ ଦାଢିରେ ଅଧିକ କେମିକାଲ୍ସ ବ୍ୟବହାର କରନ୍ତି, ସେମାନେ ଏପରି ସମସ୍ୟାର ସାମ୍ନା କରନ୍ତି।
କେମିତି ଦୂର କରିବେ ସମସ୍ୟା ?
- ଆପଣ ଗାଧାନ୍ତୁ କିମ୍ବା ନ ଗାଧାନ୍ତୁ। କିନ୍ତୁ ପ୍ରତିଦିନ ଦାଢି ସଫା କରନ୍ତୁ। ଦାଢି ରଖିଥିବା ସ୍ଥାନକୁ ଅଳ୍ପ ଉଷୁମ ପାଣିରେ ସଫା କରନ୍ତୁ।
- ମୁହଁ ସହିତ ଦାଢିର ହାଇଜିନ ମଧ୍ୟ ମେଣ୍ଟେନ କରନ୍ତୁ।
- ଫେସ ଓ୍ଵାଶ ସହିତ ଦାଢିକୁ ମଧ୍ୟ ଭଲଭାବେ ସଫା କରନ୍ତୁ।
- ଦାଢିକୁ କଣ୍ଡିସିଂନି ମଧ୍ୟ କରିବା ଜରୁରୀ। ଏଥିପାଇଁ ଜୋଜୋବା କିମ୍ବା ଅର୍ଗାନ ଅଏଲର ଉପଯୋଗ କରିପାରିବେ।
- ଦାଢିକୁ ସେଭିଂ ଏବଂ ଟ୍ରିମିଂ କରିବା ପରେ ନ୍ୟାଚୁରାଲ ଆଫ୍ଟର ସେଭର ବ୍ୟବହାର କରନ୍ତୁ।
- ଯଦି ଆପଣ ପ୍ରଥମ ଥର ପାଇଁ ଦାଢି ରଖିବାକୁ ଭାବୁଛନ୍ତି, ତେବେ ତୁରନ୍ତ ସେଭିଂ କିମ୍ବା ଟ୍ରିମିଂ ତୁରନ୍ତ ଆରମ୍ଭ କରନ୍ତୁ ନାହିଁ। ଏହାଦ୍ୱାରା ସ୍କିନ ଡ୍ୟାମେଜ ହୋଇପାରେ। ଦାଢି ଭଲଭାବେ ଆସିବା ପରେ ଟ୍ରିମିଂ କରନ୍ତୁ।
Powered by Froala Editor