କେଶ ପାଇଁ ଲାଭଦାୟକ ବର୍ଷା ପାଣି

ପିଲାଦିନର ସ୍ମୃତିକୁ ତାଜା କରିବା ପାଇଁ ବର୍ଷା ହିଁ ଯଥେଷ୍ଟ। ସ୍କୁଲରୁ ଛୁଟିର ବାହାନା ଏବଂ ଘରକୁ ଫେରିବା ସମୟରେ ବର୍ଷାରେ ଓଦା ହେବା କିଏ ବା ନ କରିଛି। ସମସ୍ତଙ୍କ ପାଖରେ ପିଲାଦିନେ ବର୍ଷାଦିନର କିଛି ନା କିଛି ସ୍ମୃତି ନିଶ୍ଚୟ ରହିଥିବ। କିନ୍ତୁ ଏହି ସ୍ମୃତି ବ୍ୟତୀତ ଏମିତି ବି କିଛି କଥା ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ। କ’ଣ ଆପଣ ଜାଣିଛନ୍ତି କି, ବର୍ଷାରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମିଳିପାରେ? ଯଦି ଏ ବିଷୟରେ ଆପଣ ଜାଣି ନାହାନ୍ତି, ତା’ ହେଲେ ଆସନ୍ତୁ ଜାଣିବା ବର୍ଷାରେ ଗାଧୋଇବାର ଅଜବ ଫାଇଦା କ’ଣ ରହିଛି।
ମିଳିଥାଏ ଭିଟାମିନ୍ ବି୧୨
ବର୍ଷା ପାଣି ବହୁତ ହାଲୁକା ହୋଇଥାଏ। ଏହାର ପିଏଚ୍ ଲେବଲରେ ବି ଅଲ୍କାଲାଇନ ରହିଥାଏ, ଯାହା ଆପଣଙ୍କ ମନକୁ ତୁରନ୍ତ ରିଫ୍ରେଶ୍ କରିଥାଏ। ବର୍ଷା ପାଣିରେ ସୂକ୍ଷ୍ମଜୀବ ରହି ଥାଆନ୍ତି, ଯାହା ଆପଣଙ୍କ ଶରୀରକୁ ଭିଟାମିନ୍ ବି୧୨ର ଉତ୍ପାଦନରେ ସାହାଯ୍ୟ କରି ଥାଆନ୍ତି। ୧୦ରୁ ୧୫ ମିନିଟ୍ ବର୍ଷାରେ ଭିଜିବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିଯିବ।
ହର୍ମୋନାଲ ବାଲାନ୍ସ
ଆପଣଙ୍କ ଶରୀରର ହର୍ମୋନକୁ ସନ୍ତୁଳିତ କରିବାର ଏକ ବଢ଼ିଆ ଉପାୟ ହେଉଛି ଗାଧୋଇବା। ଏହାଦ୍ୱାରା ଆପଣଙ୍କ କାନ ସମସ୍ୟାକୁ ଠିକ୍ କରାଯାଇ ପାରିବ। ଏହା କାନ ସଂକ୍ରମଣର ଚିକିତ୍ସା କରିଥାଏ ଏବଂ କାନ ଯନ୍ତ୍ରଣାରୁ ଆରାମ ଦେଇଥାଏ।
ଦୂର ହୋଇଥାଏ ଷ୍ଟ୍ରେସ୍
ବର୍ଷା ପାଣିରେ ଗାଧୋଇବା ଦ୍ୱାରା ଶରୀରରୁ ଏଣ୍ଡୋର୍ଫିନ ଏବଂ ସେରୋଟୋନିନ୍ ଭଳି ହାପି ହର୍ମୋନ ବାହାରିଥାଏ। ଏହା ଆପଣଙ୍କ ଚିନ୍ତା ଓ ଅବସାଦକୁ ଦୂର କରି ମୁଡ୍କୁ ଖୁସି ରଖିବାର କାମ କରିଥାଏ। ତେଣୁ ବର୍ଷା ପାଣିରେ କିଛି ସମୟ ଭିଜିବାକୁ ନିଶ୍ଚୟ ଚେଷ୍ଟା କରନ୍ତୁ।
କେଶ ପାଇଁ ଲାଭଦାୟକ
ବର୍ଷା ପାଣି ଆପଣଙ୍କ କେଶକୁ ପ୍ରାକୃତିକ ଉପାୟରେ ସଫା କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଅଲ୍କାଲାଇନ ଆପଣଙ୍କ କେଶ ମୂଳରୁ ମଇଳା ଏବଂ ଧୂଳି ସଫା କରି ପାରିବ। ବର୍ଷା ପାଣିରେ ପ୍ରତିଦିନ ଗାଧୋଇବା ଦ୍ୱାରା ଆପଣଙ୍କ କେଶ ଉଜ୍ଜ୍ୱଳ ତଥା ଆକର୍ଷଣୀୟ ଦିଶିବ।
ଏହି କଥା ଉପରେ ରଖନ୍ତୁ ଧ୍ୟାନ
-ବର୍ଷାରେ ଅଧିକ ସମୟ ଗାଧୋଇଲେ ଆପଣ ଅସୁସ୍ଥ ହୋଇ ପାରନ୍ତି। ତେଣୁ ଅତି ବେଶିରେ ୧୦ରୁ ୧୫ ମିନିଟ୍ ହିଁ ଗାଧୋଇବା ଉଚିତ।
-ବର୍ଷାରେ ଗାଧୋଇବା ପରେ ଘରେ ଆସି ଗରମ ପାଣିରେ ଗାଧାନ୍ତୁ।
-ବର୍ଷାରେ ଭିଜିବା ପରେ କେଶକୁ ମାଇଲ୍ଡ ସାମ୍ପୋରେ ଧୋଇ ନିଅନ୍ତୁ। ନିମ୍ବ ସାମ୍ପୋ ଲାଭଦାୟକ ହେବ।
Powered by Froala Editor