ଇମ୍ୟୁନିଟି ବଢେଇବା ପାଇଁ ପିଅନ୍ତୁ ଏହି ପାଣି
ବର୍ତ୍ତମାନ ବର୍ଷା ଋତୁ ଆସି ସାରିଛି। ଯାହା ପାଇଁ ସଂକ୍ରମଣ ମଧ୍ୟ ଏହି ଦିନରେ ଅଧିକ ବଢ଼ିବାରେ ସମ୍ଭାବନା ରହିଛି। ପୁଣି ଥଣ୍ଡା ଜ୍ବର ମଧ୍ୟ ପ୍ରାୟ ଲୋକଙ୍କୁ ହୋଇଥାଏ। ଏହା ପରେ କରୋନା ମଧ୍ଯ ଦିନକୁ ଦିନ ବୃଦ୍ଧି ପାଉଥିବା ଜଣା ଯାଉଛି। ତେଣୁ ସମସ୍ତଙ୍କୁ ଏଥି ପ୍ରତି ସତର୍କ ରହିବାକୁ ପଡିବ। ଯାହାପାଇଁ ନିଜ ଖାଦ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ତେଣୁ ଖାସ କରି ବର୍ଷା ଦିନ ପାଇଁ ଏମିତି କିଛି ଡ୍ରିଙ୍କ ରହିଛି ଯାହା ପିଇବା ଦ୍ବାରା ଆପଣ ସଂକ୍ରମଣ ଠାରୁ ଦୂରେଇ ରହିବେ।
ଗାର୍ଲିକ ସୁପ୍:
ବର୍ଷା ଦିନେ ସଂକ୍ରମଣରୁ ବଞ୍ଚିବା ପାଇଁ ଆପଣ ପ୍ରାୟ ପ୍ରତିଦିନ ରସୁଣ ସୁପ ପିଇବା ଦରକାର। କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଛି। ଯାହା କୌଣସି ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ।
ହଳଦୀ ପାଣି:
ହଳଦୀ ପାଣି ବା ଟର୍ମେରିକ ଡ୍ରିଙ୍କ ମଧ୍ୟ ଆପଣଙ୍କୁ ପିଇବା ଉଚିତ୍ ବର୍ଷା ଦିନରେ କାରଣ ଏଥିରେ ଏପରି ପୋଷକ ତତ୍ତ୍ଵ ରହିଛି ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ। ପୁଣି ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ରୋଗର ଚିକିତ୍ସା କରିଥାଏ। ଥଣ୍ଡା ଜ୍ବର ମଧ୍ୟ କମ୍ କରିଥାଏ ହଳଦୀ ପାଣି। ଏହାକୁ ଦିନକୁ ଦୁଇ ଥର ପିଇବା ଦରକାର।
କାଡ଼ା:
କାଡାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି। ଯାହାପାଇଁ ସର୍ବାଧିକ ଲୋକେ ଏହାକୁ ପିଇବା ପାଇଁ ପସନ୍ଦ କରନ୍ତି। ତେବେ ଆପଣ ମଧ୍ୟ ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଏହାକୁ ନିଜ ଘରେ ପ୍ରତ୍ୟେକ ଦିନ ପିଇ ପାରିବେ। ତେବେ ଏହା ଛଡ଼ା ଆପଣ ଗରମ ପାଣି, ତେଜ ପତ୍ର ପାଣି, ବ୍ଲାକ କଫି ଆଦି ଡ୍ରିଙ୍କ ପିଇବା ଦରକାର।
Powered by Froala Editor