ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଅଲଭା
![ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଅଲଭା](https://odishanewslens.com/news_gallery/14890_1658211061.jpg)
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧି ମେଣ୍ଟର ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଅଲଭା। ଏନସିପି ମୁଖ୍ୟ ଶରଦ ପାୱର ବିରୋଧି ପ୍ରାର୍ଥୀ ଭାବେ ତାଙ୍କର ନାମ ଘୋଷଣା କରିଥିଲେ । ଏହାକୁ ନେଇ ମାର୍ଗାରେଟ କହିଛନ୍ତି, ''ଏହି ନିର୍ବାଚନ କଠିନ ହେବ । କିନ୍ତୁ ରାଜନୀତିରେ ହାର ଜିତ୍ ଗୁରୁତ୍ବ ରଖେ ନାହିଁ, ଲଢେଇ ଲଢିବା ହିଁ ମୁଖ୍ୟ ବିଷୟ ଅଟେ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ମୁଁ ଭୟଭୀତ ନୁହେଁ । ମୋ ପ୍ରାର୍ଥିତ୍ବକୁ ସମର୍ଥନ କରିବା ପାଇଁ ମୁଁ ସମସ୍ତ ବିରୋଧି ଦଳ ନେତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।''
ପୂର୍ବରୁ ସୋମବାରNDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ ସଂସଦ ଭବନରେ ନାମାଙ୍କନ ଭରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ ପ୍ରମୁଖ ଉପସ୍ଥିତ ଥିଲେ । ଧନକଡଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ଦସ୍ତଖତ କରିଥିଲେ । ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।
Powered by Froala Editor