ମନି ଲଣ୍ଡରିଂ ମାମଲା : Vivoର ୪୪ଟି ସ୍ଥାନରେ ଚଢ଼ାଉ
Vivo ମୋବାଇଲ୍ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡା କାର୍ଯ୍ୟାନୁଷ୍ଠାନ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ଏବଂ ସହାୟକ କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଏହି ରେଡ୍ କରିଛି। ଏକ ଏଫ୍ଆଇଆର୍ ଆଧାରରେ ଇଡି ଏହି ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏହି ମାମଲାରେ ୟୁପି, ବିହାର, ମଧ୍ୟପ୍ରଦେଶ ଏବଂ ଦକ୍ଷିଣ ଭାରତର ୪୪ଟି ସ୍ଥାନରେ ଇଡି ଚଢ଼ାଉ କରୁଛି।
ଗତବର୍ଷ ଡିସେମ୍ବର ମାସରେ ଆୟକର ବିଭାଗ ଭିଭୋ ଏବଂ ଅନ୍ୟ ଚାଇନା ମୋବାଇଲ ଫୋନ୍ ନିର୍ମାତାଙ୍କ ପରିସରରେ ରେଡ୍ କରିଥିଲା। ରୟାଲଟି ନାଁରେ ଟଙ୍କା ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିଛି ଆୟକର ବିଭାଗ। ୫୦୦ କୋଟିରୁ ଅଧିକ ଆୟର ହେର୍ଫେର୍ ହୋଇଛି। ଏହାପୂର୍ବରୁ ସାଓମିର ୫୦୦୦ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଥିଲା ଆୟକର ବିଭାଗ।
Powered by Froala Editor