ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କର୍ଣ୍ଣାଟକ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ମୁଦ୍ରାରେ ପୂରା ବିଶ୍ୱ । ଏ ବର୍ଷର ଥିମ୍ ରହିଛି ‘ଯୋଗ ଫର ହ୍ୟୁମାନିଟି’ । ଅର୍ଥାତ ଜୀବନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ମହିଶୁର ପ୍ୟାଲେସ୍ରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଯୋଗ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଥିସହିତ ଦେଶର ୭୫ ଐତିହ୍ୟସ୍ଥଳୀରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି । କରୋନା ମହାମରୀ ସମୟରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗ ସହାୟକ ହୋଇଥିଲା । ୨୦୧୪ ଡିସେମ୍ବରରେ ଯୋଗ ଦିବସ ଘୋଷଣା କରିଥିଲା ଜାତିସଂଘ । ଜୁନ୍ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା।
Powered by Froala Editor