ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଏହି ଘୋଷଣା,ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଲାଗିଥିବା ‘ଅଗ୍ନିବୀର’ ନିଆଁକୁ ପ୍ରଶମିତ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଘୋଷଣା। ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦିଆଯିବ। ସେଣ୍ଟ୍ରାଲ ଆର୍ମଡ ପୁଲିସ୍ ଫୋର୍ସ ଓ ଆସାମ ରାଇଫଲସ୍ରେ ଏହି ସଂରକ୍ଷଣ ଦିଆଯିବ ।
ଏଥିସହ ନିଯୁକ୍ତି ବେଳେ ସେମାନଙ୍କ ବୟସ ୩ ବର୍ଷ କୋହଳ କରାଯିବ। ପ୍ରଥମ ବ୍ୟାଚର ‘ଅଗ୍ନିବୀର’ଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
Powered by Froala Editor