ଜେରାରୁ ରାହତ ପାଇବେ ରାହୁଲ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ମାରାଥନ ଜେରାର ସମ୍ମୁଖୀନ ହେଉଥିବା ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସାମୟିକ ଭାବେ ଜେରାରୁ ବିରାମ ଚାହିଁଥିଲେ । ତେବେ ରାହୁଲଙ୍କ ଅନୁରୋଧ ରକ୍ଷା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୨୦ ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି । ୩ ଦିନ ରାହୁଲ ଜେରାରୁ ରାହତ ପାଇବେ ।
ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟ ମା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା । ସୋନିଆ ଏବେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ରାହୁଲ ଜେରାର ସମ୍ମୁଖୀନ ହେଉଛନ୍ତି । ୧୩ ତାରିଖରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟର ହାଜର ହେବା ପରେ କ୍ରମାଗତ ୪ ଦିନ ହେଲାଣି ରାହୁଲଙ୍କୁ ଜେରା ଜାରି ରଖିଛି ସଂସ୍ଥା । ଏହାକୁ ଅମାନୁଷିକ ତଥା ରାଜନୈତିକ ଉଦ୍ଦେଶ୍ୟଭିତ୍ତିକ କାର୍ୟ୍ୟାନୁଷ୍ଠାନ ଦର୍ଶାଇ ବିରୋଧୀ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଜାରି ରଖିଛି । ଦିଲ୍ଲୀରେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖି ପରେ ଛାଡିଥିବା ସୂଚନା ରହିଛି ।
Powered by Froala Editor