କ୍ୟାବିନେଟ ବୈଠକରେ 5G ମୋବାଇଲ ସେବାକୁ ମଞ୍ଜୁରୀ
ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ। କ୍ୟାବିନେଟ୍ ତରଫରୁ ସ୍ପେକ୍ଟ୍ରମ ନିଲାମ ପାଇଁ ମିଳିଛି ମଞ୍ଜୁରୀ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5G ମୋବାଇଲ ସେବାକୁ ଆଗାମୀ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମକୁ ମଞ୍ଜୁରୀ ଦିଆଯାଇଛି । ଜୁଲାଇର ଶେଷ ସପ୍ତାହରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ ।
ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍କୁ ବିଧିବଦ୍ଧ ମଞ୍ଜୁରି ମିଳିଛି। ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz ନିଲାମି ହେବ। ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଲାମି ଡକାଯିବା ନେଇ କେନ୍ଦ୍ର ଟେଲିକମ୍ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ସରକାର କହିଛନ୍ତି ଯେ ମୋଟ 72 GHz ସ୍ପେକ୍ଟ୍ରମ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), ମଧ୍ୟମ (3300 MHz) ଏବଂ ଉଚ୍ଚ (26 GHz) ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ନିଲାମ ହେବ।
ସରକାର ନିଜର ବିବୃତ୍ତିରେ କହିଛନ୍ତି ଯେ 5G ସେବାରେ ବର୍ତ୍ତମାନର ସ୍ପିଡ୍ ଅପେକ୍ଷା ୧୦ ଗୁଣା ଅଧିକ ସ୍ପିଡ୍ ରହିବ । ଅଡିଓ ଓ ଭିଡିଓ କଲିଂରେ ଏହାର କ୍ବାଲିଟି ଆହୁରି ଉନ୍ନତି ଦେଖିବାକୁ ମିଳିବ । ଗେମିଙ୍ଗ୍ ସେକ୍ଟରେ ମଧ୍ୟ ବହୁତ ଉନ୍ନତି ଆସିବ । ଏହି ସେବାରେ ଡାଉନଲୋଡିଂ ଏବଂ ଅପଲୋଡିଂରେ ଏହାର ସ୍ପିଡ୍ ବହୁତ ଉନ୍ନତମାନର ହେବ ।
Powered by Froala Editor