ମେଘାଳୟରେ ଭୂକମ୍ପ
ଶିଲଂ: ମେଘାଳୟରେ ଭୂକମ୍ପ ଝଟକା । ଆଜି ସକାଳ ୬.୩୨ ମିନିଟରେ ମେଘାଳୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୪.୦ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମେଘାଳୟ ତୁରାର ପୂର୍ବ ଉତ୍ତର ପୂର୍ବ ଠାରୁ ୪୩ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୫.୬୮ ରହିଥିବାବେଳେ ଦ୍ରାଘିମା ୯୦.୬୦ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
Powered by Froala Editor