ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ମହଙ୍ଗା ପଡ଼ିଲା: ୮ ପୁଲିସ୍ କର୍ମଚାରୀ ନିଲମ୍ବିତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମହଙ୍ଗା ପଡ଼ିଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୮ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଏସ୍ଏସ୍ପି । ସେମାନେ ହେଲେ ଇନ୍ସପେକ୍ଚର ଯଦୁ ନନ୍ଦନ ଯାଦବ, ସବ୍ ଇନ୍ସପେକ୍ଟର ଅଜୟ କୁମାର ରାୟ, କନଷ୍ଟେବଲ ବ୍ରଜେଶ ଯାଦବ, ସତ୍ୟେନ୍ଦ୍ର କୁମାର ଯାଦବ, ବିବେକ କୁମାର ମିଶ୍ର, ସୁଜୀତ ଯାଦବ, ମହିଳା କନଷ୍ଟେବଲ ଅରୁଣିମା ମିଶ୍ର, ଓ କିରନ ଚୌଧୁରୀ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବାକୁ ଗୋରଖପୁର ବିମାନବନ୍ଦର ଯାଉଥିଲେ ଯୋଗୀ । ଏହି ସମୟରେ ବିମାନବନ୍ଦର ଦ୍ୱାରରେ ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ୍ କର୍ମଚାରୀମାନେ ଟ୍ରାଫିକ୍ ପରିଚାଳନାରେ ତ୍ରୁଟି କରିଥିଲେ । ସେମାନେ ଭୁଲ୍ ଦିଗରେ ଗାଡ଼ି ଛାଡ଼ିଥିଲେ । ଫଳରେ ଯୋଗୀଙ୍କ କାର୍କେଡ୍ ଫସି ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଉପୁଜି ଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ରାସ୍ତା ଜାମ ହଟାଇଥିଲେ । ଏହାପରେ ଯୋଗୀଙ୍କ ଗାଡ଼ି ବିମାନବନ୍ଦରରେ ପ୍ରବେଶ କରିଥିଲା । ଏହି ଘଟଣାରେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
Powered by Froala Editor