ସ୍ତବ୍ଧ କରିଦେଲା ଆମିର୍ ଲିୟାକତଙ୍କ ଅଚାନକ୍ ମୃତ୍ୟୁ
ପାକିସ୍ତାନର ପ୍ରସିଦ୍ଧ ଟେଲିଭିଜନ ଉପସ୍ଥାପକ ଆମିର୍ ଲିୟାକତଙ୍କ ଆଜି ମୃତ୍ୟୁ ଘଟିଛି। ମାତ୍ର ୪୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଲିୟାକତ ଘରେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା। ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବହୁତ ଗୁରୁତର ଥିଲା। ରିପୋର୍ଟ ଅନୁସାରେ ହଠାତ ଆମିର୍ ଙ୍କ ଦେହ ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଥିଲା। ସେ ଡାକ୍ତରଖାନାକୁ ଯିବେନି ବୋଲି ମନା କରି ଦେଇଥିଲେ। ଆମିର୍ ଙ୍କ କର୍ମଚାରୀ ଜାଭେଦ କହିଛନ୍ତି ସକାଳେ ଅମିରଙ୍କ କଠୋରୀରୁ ଚିତ୍କାର ଶୁଭିଥିଲା। ଏହା ଶୁଣି ଅମିରଙ୍କ ଘରେ କାମ କରୁଥିବା ଲୋକମାନେ ସେହି ଘରର କବାଟ ଭାଙ୍ଗି ଦେଇଥିଲେ। ଆମିର୍ ଙ୍କ ମୃତଦେହକୁ ଜିନ୍ନା ଡାକ୍ତରଖାନା ବା ସିଭିଲ୍ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଏହାପରେ ତାଙ୍କ ପ୍ରାର୍ଥିବ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ଦିଆଯିବ ବୋଲି ପୋଲିସ କହିଛି।
ତାଙ୍କ ମୃତ୍ୟୁ ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ତାଙ୍କ ତୃତୀୟ ପତ୍ନୀ ସୟଦା ଦାନିଆ ଶାହାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଦୁହିଁଙ୍କର ବିବାହ ହୋଇଥିବା ବେଳେ ନିକଟରେ ଦାନିଆ ଆମୀର ଲିୟାକତଙ୍କ ଉପରେ ଡ୍ରଗ୍ସ ନେବା ଓ ମାଡ଼ ମାରିବାର ଅଭିଯୋଗ କରିଥିଲେ। ଏହା ସହ ଛାଡପତ୍ର ନେବାକୁ ମଧ୍ୟ ଦାବି କରିଥିଲେ । ଏବେ ଆମୀରଙ୍କ ମୃତ୍ୟୁ ହେବା ପରେ ଦାନିଆ ଟ୍ୱିଟ୍ କରି କହିଛନ୍ତି ଯେ, ଆଲ୍ହା ତାଙ୍କୁ କ୍ଷମା କରନ୍ତୁ କିନ୍ତୁ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଖବର।
Powered by Froala Editor