ଫ୍ୟାନ୍ରେ ଝୁଲି ପଡ଼ିଲେ ପରିବାରର ୫ ଜଣ

ମାନସିକ ଭାରସାମ୍ୟ ହରାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ବିହାରର ସମସ୍ତିପୁର ଜିଲ୍ଲାର ବିଦ୍ୟାପତିନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁଃଖଦାୟକ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ମନୋଜ ଝା (୪୨), ତାଙ୍କ ପତ୍ନୀ ସୁନ୍ଦରମଣି ଦେବୀ (୩୮), ମାତା ସୀତା ଦେବୀ (୬୫), ପୁଅ ସତ୍ୟମ୍ (୧୦) ଏବଂ ପୁଅ ଶିବମ୍ (୭) ରହିଛନ୍ତି । ଏବାବଦରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ କୌଣସି ସୁଈସାଇଡ ନୋଟ୍ ପାଇନାହିଁ ପୁଲିସ ।
ରବିବାର ସକାଳେ ଯେତେବେଳେ ଘରୁ କେହି ବାହାରିନଥିଲେ ପଡ଼ୋଶୀମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ଘରେ ପଶିବା ପରେ ସମସ୍ତେ ଫ୍ୟାନ୍ରେ ଝୁଲିଥିବା ଦେଖିବାକୁ ପାଇଥିଲେ ।
କିଛି ଦିନ ଧରି ଆର୍ଥିକ ସମସ୍ୟାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବାରୁ ଏହା ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପଡୋଶୀମାନେ କହିଛନ୍ତି ।
Powered by Froala Editor