ଚାଷୀଙ୍କୁ ମିଳିଲା ପିଏମ୍ କିଷାନ କିସ୍ତି, ଉଦବୋଧନରେ ଏହ। କହିଲେ ମୋଦି

ନୂଆଦିଲ୍ଲୀ : ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି । ସିମଳାରେ ଅନୁଷ୍ଠିତ ଉସôବରେ ପ୍ରଧାନମନ୍ତ୍ରୀ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୧୦କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ହଜାର କୋଟି । ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ସିମଳାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଗତ ୮ବର୍ଷ ହେଲାଣି ସେ ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନାହାନ୍ତିି ।
ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି ବୋଲି ମୋଦି କହିଛନ୍ତି । ଏହ ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତବାସୀଙ୍କୁ କିଭଳି ସୁଖଶାନ୍ତି ମିଳିବ, ସେଥିପାଇଁ ସେ ନିରନ୍ତର କାମ କରି ଚାଲିଛନ୍ତି । ପ୍ରତି ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି କହିବା ସହ ସର୍ଜିକାଲ ଷ୍ଟ୍ରାଇକ୍ ଭାରତରେ ଗର୍ବ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
Powered by Froala Editor