Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ...

  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ...

  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

  • ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ ...

ବିଶେଷ
Home ›› ବିଶେଷ ››ଖରାଦିନ ବିଚ୍‌ର ମଜା

ଖରାଦିନ ବିଚ୍‌ର ମଜା

2022-05-21 04:08:25
14971
Share:
Facebook
Twitter
E-Mail
WhatsApp
Telegram
ଖରାଦିନ ବିଚ୍‌ର ମଜା

ସାଧାରଣତଃ ବର୍ଷାଦିନ ଓ ଶୀତଦିନ ଅପେକ୍ଷା ଖରାଦିନରେ ଲୋକେ ବହୁତ ହନ୍ତସନ୍ତ ହୋଇପଡ଼ନ୍ତି । ଏହାର କାରଣ ହେଉଛି ଅତ୍ୟଧିକ ଗରମ ସାଙ୍ଗକୁ ପାଣିର ସଙ୍କଟ । ଖରାଦିନରେ କୌଣସି କାର୍ଯ୍ୟ କଲାବେଳେ ବହୁତ ଜଲଦି ଥକି ଯିବା, ଦେହରୁ ଅତ୍ୟଧିକ ଝାଳ ବୋହିବା ସହ ଗରମ ପାଇ କିଛି ଖାଇବା ପାଇଁ ମଧ୍ୟ ଇଚ୍ଛା ହୋଇନଥାଏ । ସର୍ବଦା ଥଣ୍ଡା ଥଣ୍ଡା ଜିନିଷ ଖାଇବା ଓ ପିଇବା ପାଇଁ ଇଚ୍ଛା ହୋଇଥାଏ । ଏହି ଦିନରେ ମଣିଷ ହେଉ କି ଜୀବଜନ୍ତୁ ଯାହା ଅଧିକ ଖୋଜନ୍ତି ତାହା ହେଉଛି ପାଣି । ସେଇଥିପାଇଁ ଲୋକେ ଖରାଦିନେ ଅଧିକ ପାଣି ଥିବା ଯାଗା ଯଥା, ନଦୀ କୂଳ, ସମୁଦ୍ର କୂଳ, ଦ୍ୱୀପ ଭଳି ଅଞ୍ଚଳକୁ ବୁଲିବାକୁ ଯାଆନ୍ତି । 

ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସି-ବିଚ୍‌ ବା ସମୁଦ୍ରତଟରେ ବୁଲିବାର ସୂଯୋଗ ବି ଥିବ। କାରଣ ସି-ବିଚ୍‌ର ଆକର୍ଷଣ ସବୁବେଳେ ନିଆରା ଲାଗିଥାଏ…

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି ଅବସୋସ ନାହିଁ। ଖାସ୍‌ କରି ଏହାର ସୁନେଲି ବାଲିର ତଟରେ ବସି ସମୁଦ୍ରର ଲହଡ଼ି ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ଆକର୍ଷକ ଲାଗିଥାଏ॥ ତା’ସାଙ୍ଗକୁ ଆହୁରି ଆନନ୍ଦ ଦିଏ ସମୁଦ୍ରର ନୀଳ ଜଳରାଶିରେ ଟିକେ ଗାଧୋଇ ପଡ଼ିଲେ। ଖାସ୍‌ ସେଥିପାଇଁ ଏଥରର ଏହି ଆଲେଖ୍ୟରେ କେତୋଟି ଆକର୍ଷଣୀୟ ସି-ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଯାଉଛି …

ଅଗୋଣ୍ଡା ବିଚ୍‌: ଦକ୍ଷିଣ ଗୋଆରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ଅଗୋଣ୍ଡା। ଏହି ଗାଁ ନିକଟରେ ରହିଛି ଅଗୋଣ୍ଡା ବିଚ୍‌, ଯାହା ନିଜର ସଫାସୁତୁରା ବେଳାଭୂମି ତଥା ଶାନ୍ତ, ସୁରକ୍ଷିତ ପରିବେଶ ପାଇଁ ବେଶ୍‌ ଲୋକପ୍ରିୟ। ଏଠାକାର ସମୁଦ୍ର ଜଳ ମଧ୍ୟ ବହୁତ ପରିଷ୍କାର। ଜନଗହଳିଠାରୁ ଦୂରରେ ଥିବା ଏହି ବେଳାଭୂମିରେ ପର୍ଯ୍ୟଟକ ନିରୋଳାରେ କିଛି ସମୟ ବିତାଇବା ସହ ସୁଇମିଂର ମଧ୍ୟ ମଜା ନେଇପାରିବେ। ତା’ସହିତ ଏଠାରେ ସି-ଫୁଡ୍‌ ବି ଖାଇପାରିବେ।

ପାଲୋଲେମ୍‌ ବିଚ୍‌: ଗୋଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ଏହା ପରିଚିତ। ଏଠାକାର ପ୍ରଶସ୍ତ ଧଳାବାଲିର ବେଳାଭୂମି ତଥା ଶାନ୍ତ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ଏହି ବେଳାଭୂମିରେ ରାତ୍ରି ସମୟରେ ଅନେକ ପାର୍ଟି ଫଙ୍କ୍‌ସନ୍‌ର ଆୟୋଜନ କରାଯାଇଥାଏ; କିନ୍ତୁ ସେଥିରେ ଆଦୌ କୋଳାହଳ ନ ଥାଏ। କାରଣ ଏଠାକାର ଶାନ୍ତ ବାତାବରଣକୁ ବ୍ୟାଘାତ କରିବାକୁ କେହି ଚାହାନ୍ତି ନାହିଁ। ସେଥିପାଇଁ ସେମାନେ କାନରେ ହେଡ୍‌ଫୋନ୍‌ ଲଗାଇ ପାର୍ଟିକୁ ଉପଭୋଗ କରିଥାନ୍ତି। ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଏହି ନିୟମ ମାନିବାକୁ ହୋଇଥାଏ। ସେହିପରି ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ବେଳାଭୂମି ନିକଟରେ ଛୋଟବଡ଼ ଅନେକ ରିସୋର୍ଟର ସୁବିଧା ମଧ୍ୟ ରହିଛି।

ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳର ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା।

ପଦୁବିଦ୍ରି ବିଚ୍‌: କର୍ନାଟକର ଉଡୁପିସ୍ଥିତ ଏକ ଛୋଟ ସହର ହେଉଛି ପଦୁବିଦ୍ରି। ଏଠାରେ ରହିଛି ଏକାଧିକ ବିଚ୍‌ କିନ୍ତୁ ତନ୍ମଧ୍ୟରୁ ପଦୁବିଦ୍ରି ବିଚ୍‌ର ଆକର୍ଷଣ ସବୁଠୁ ନିଆରା। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ବିଚ୍‌ରେ ସମସ୍ତ ସୁବିଧା ଉପଲବ୍ଧ। ଏଠାକାର ଶାନ୍ତ ବାତାବରଣ ତଥା ସ୍ବଚ୍ଛ ପରିବେଶରେ କିଛି ସମୟ ବିତାଇବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।

ରାଧାନଗର ବିଚ୍‌: ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ହାଭ୍‌ଲକ୍‌ ଦ୍ୱୀପ ନିକଟରେ ଥିବା ରାଧାନଗର ବିଚ୍‌କୁ ଦୁନିଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ବିବେଚନା କରାଯାଇଥାଏ। ଏହି ଆଶ୍ଚର୍ଯ୍ୟକର ସମୁଦ୍ରତଟ ନିଜର ଶାନ୍ତ ବାତାବରଣ ତଥା ରୋମାଞ୍ଚକ ଗତିବିଧି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଠାକାର ଧଳାରଙ୍ଗର ବେଳାଭୂମିର ଗୋଟିଏ ପାର୍ଶ୍ୱରେ ନୀଳ ଜଳରାଶି ଓ ଅନ୍ୟପାର୍ଶ୍ୱରେ ଜଙ୍ଗଲର ଅପୂର୍ବ ଦୃଶ୍ୟ କାହାକୁ ବି ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏହି ବିଚ୍‌ର ଲହଡ଼ି ବହୁତ ଉଚ୍ଚକୁ ଉଠେନାହିଁ; ଫଳରେ ଆଗନ୍ତୁକ ଏଠାରେ ବେଶ୍‌ ମଉଜରେ ଗାଧୋଇବାର ମଜା ନେଇଥାନ୍ତି।

କେବଳ ଏତିକି ନୁହେଁ, ଭାରତରେ ଆହୁରି ଅନେକ ଏମିତି ବିଚ୍‌ ରହିଛି, ଯାହାର ସ୍ବଚ୍ଛ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କିଛିଟା ନିଆରା ଅନୁଭୂତି ଦେଇଥାଏ।

Powered by Froala Editor

Tags Summer masti

Related articles Odisha News Lens 4.1

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13629
    Oct 06, 2026
  • ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ

    14481
    Oct 06, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14864
    Oct 06, 2026
  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

    14044
    Oct 06, 2026
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...
    ଦେଶ-ଦେଶାନ୍ତର

    ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...

    15497
    Oct 07, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14209
    Oct 06, 2026
  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14329
    Oct 06, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14786
    Oct 06, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
    ବାଣିଜ୍ୟ

    ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15017
    Oct 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

    14044
    Oct 06, 2026
  • ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14786
    Oct 06, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14864
    Oct 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17157
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17848
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17808
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18224
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14242
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14480
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15497
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14170
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15907
    Sep 23, 2026

ବାଣିଜ୍ୟ

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଏବଂ ଅର୍ଥପୂର୍ଣ୍ଣ ସୁଯୋଗ ଓଡ଼ିଶା ଏବଂ ଛତିଶଗଡ଼ରେ ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର, ଅକ୍ଟୋବର ୬: ଗ୍ରାମାଞ୍ଚଳର ଯୁବକମାନ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14010
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15389
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15055
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14404
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14864
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15119
    Oct 06, 2026
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

    15497
    Oct 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In