ଜରୁରୀ ଅବତରଣ କଲା ଏୟାରବସ ଏ୩୨୦ ପ୍ଲେନ

ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଳ୍ପକେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉଡାଣ ଆରମ୍ଭ କରିବାର ୨୭ ମିନଟ ପରେ ଜରୁରୀ ଅବତରଣ କରିଛି ଏୟାରବସ ଏ୩୨୦ ପ୍ଲେନ ।
ଏୟାର ଇଣ୍ଡିଆର ଏୟାରବସ ଏ୩୨୦ନେଓ ବିମାନ ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ଏହାର ଗୋଟିଏ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାପଡ଼ିବା ପରେ ପାଇଲଟ ଜଣଙ୍କ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି।
ଗୁରୁବାର ଏହି ଘଟଣା ଘଟିଥିଲା। ବିମାନଟି ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଆଉ ଗୋଟିଏ ବିମାନରେ ବେଙ୍ଗାଲୁରୁ ପଠାଯାଇଥିଲା ବୋଲି ଏୟାର ଇଣ୍ଡିଆ ମୁଖପାତ୍ର ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଡିଜିସିଏ ଆରମ୍ଭ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।
Powered by Froala Editor