ଆପଣାନ୍ତୁ ଖରାଦିନିଆ ଫ୍ୟାସନ
ଖରାଦିନେ ଅତ୍ୟଧିକ ଗରମ ଯୋଗୁଁ ପାର୍ଟି ଡେ଼୍ରସ ପିନ୍ଧିବା କି କୌଣସି ହେଭି ଡେ଼୍ରସ ପିନ୍ଧିଲେ ନିଜକୁ ସମ୍ଭାଳିବା କଷ୍ଟ ସାଧ୍ୟ ହୋଇପଡ଼ିଥାଏ । ଖରାଦିନରେ ଆପଣ ପିନ୍ଧୁଥିବା କପଡ଼ା ଆରାମଦାୟକ ହେବା ସହ ହାଲୁକା ଏବଂ ଶର୍ଟ ହେବା ନିହାତି ଜରୁରୀ। ଅଫିସିଆଲ୍ ଏବଂ କାଜୁଆଲ୍ ଲୁକ୍ ପାଇଁ ଶର୍ଟ କୁର୍ତ୍ତି ଏକ ଭଲ ଅପ୍ସନ। ଏହାକୁ ଯେକୌଣସି ବୟସର ମହିଳା ଆପଣେଇ ପାରିବେ। ଏମିତିରେ ଆପଣଙ୍କ କପ୍ବୋର୍ଡରେ ଶର୍ଟକୁର୍ତ୍ତିକୁ ସାମିଲ କରିପାରିବେ। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଶର୍ଟ କୁର୍ତ୍ତି ମିଳୁଛି। ଯାହାକୁ ପିନ୍ଧିଲେ ଆପଣ ନିଜ ଲୁକ୍କୁ ଆହୁରି ଷ୍ଟାଇଲିଶ୍ କରିପାରିବେ।
-ଆପଣ ଚାହିଁଲେ ବ୍ଲାକ୍ କିମ୍ବା ବ୍ଲୁ ଡେନିମ୍ ପ୍ୟାଣ୍ଟ ସହ ଆପଣ ହ୍ବାଇଟ କଲର ଶର୍ଟ କୁର୍ତ୍ତି ପିନ୍ଧିପାରିବେ।
-ଆପଣ ଚାହିଁଲେ କୁର୍ତ୍ତିକୁ ଟପ୍ ଇନ୍ କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍ ଆହୁରି ସୁନ୍ଦର ଲାଗିବ।
-ଆପଣ ନିଜକୁ ଓ୍ବେଷ୍ଟର୍ନ ଲୁକ୍ ଦେବାକୁ ଚାହୁଁଥିଲେ ଷ୍ଟେଟ୍ମେଣ୍ଟ ଇୟରରିଂସ୍ ଦ୍ୱାରା ନିଜକୁ ଷ୍ଟାଇଲିଶ ଲୁକ୍ ଦେଇପାରିବେ।
-ଶର୍ଟକୁର୍ତ୍ତିକୁ ଆପଣ ଟପ୍ ପେୟାର ଅପ୍ କରି ପିନ୍ଧିପାରିବେ। ଏହା ବ୍ୟତୀତ ଆପଣ ଷ୍ଟ୍ରେଟ୍ କଟନ୍ କୁର୍ତ୍ତି ସହ ଟପ ଇନ୍ କରି ସ୍କର୍ଟ ସହିତ ପିନ୍ଧିପାରିବେ।
-ଜିନ୍ସ ସହ ଟପ୍ ଇନ୍ କରି ଶର୍ଟ କୁର୍ତ୍ତି ପିନ୍ଧିଲେ ଏହା ଏଲିଗାଣ୍ଟ ଲୁକ୍ ଦେଇଥାଏ।
-ଏପରି ଆଉଟ୍ଫିଟ୍ ସହ ଆପଣ ଶୁଜ୍ କିମ୍ବା ସାଣ୍ଡାଲ ବ୍ୟବହାର କରିପାରିବେ। କାହିଁକି ନା ଏହା ଆପଣଙ୍କୁ ଓ୍ବେଷ୍ଟର୍ନ ଆଉଟ୍ଫିଟ୍ ଲୁକ୍ ଦେଇପାରିବ।
-ଖରାଦିନେ ଟ୍ରାଉଜର ପିନ୍ଧିବା ବହୁ ଆରାମଦାୟକ ହୋଇଥାଏ।
-ପ୍ରିଣ୍ଟେଡ୍ କୁର୍ତ୍ତି ସହ ପ୍ଲେନ୍ ଟ୍ରାଉଜର ଓ ପ୍ଲେନ୍ ଆଉଟଫିଟ୍ ସହ ପ୍ରିଣ୍ଟେଡ୍ ଆଉଟ୍ଫିଟ୍ର କମ୍ବିନେସନ୍ ସବୁଠାରୁ ବେଷ୍ଟ ଅପ୍ସନ ହେବ। ଏହି ଆଉଟ୍ଫିଟ୍ ସହ ଅକ୍ସିଡାଇଜ୍ ଓ ଷ୍ଟେଟ୍ମେଣ୍ଟ ଇୟରରିଂସ୍ ଅଧିକ ଷ୍ଟାଇଲିଶ ଲାଗିବେ।-ଆଜିକାଲି ମାର୍କେଟ୍ରେ କୁର୍ତ୍ତି ସହ ପ୍ଲାଜୋ ସେଟ୍ ମିଳୁଛି । ଏହାକୁ ଆପଣ ନିଜ ଆଉଟ୍ଫିଟ୍ରେ ସାମିଲ କରିପାରିବେ।
-ପ୍ଲେନ୍ କୁର୍ତ୍ତି ସହ ଆପଣ ଅଲଗା ଅଲଗା କମ୍ବିନେସନ ଟ୍ରାଏ କରିପାରିବେ। କାଜୁଆଲ ହେଉକି ପାର୍ଟି ଓ୍ବେର ଏହା ଦୁଇଟି ଯାକରେ ବିଲ୍କୁଲ୍ ପର୍ଫେକ୍ଟ ମାନିଥାଏ। ଏଥିପାଇଁ ଆପଣ ଏହାକୁ ଖରାଦିନେ ପେୟାର ଅଫ୍ କରିପାରିବେ।
Powered by Froala Editor