ଶ୍ରୀଲଙ୍କା ପାଖରେ ରହିଛି ମାତ୍ର ଗୋଟିଏ ଦିନର ପେଟ୍ରୋଲ
ଶ୍ରୀଲଙ୍କା ପାଖରେ ଆଉ ମାତ୍ର ଗୋଟିଏ ଦିନର ପେଟ୍ରୋଲ ଗଚ୍ଛିତ ହୋଇ ରହିଛି। ଏଥିରୁ ଅନୁମାନ କରି ପାରୁଥିବେ ଶ୍ରୀଲଙ୍କାର ସ୍ଥିତି କିଭଳି ଅଛି। ସେହିପରି ଏଣିକି ଦୈନିକ ୧୫ ଘଣ୍ଟା ଯାଏ ପାୱାର କଟ୍ ମଧ୍ୟ ହେବ। ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ରନିଲ ବିକ୍ରମାସିଙ୍ଘେ ଆଜି ପୂରା ଦେଶ ଆଗରେ ଏପରି ତଥ୍ୟ ରଖିଛନ୍ତି।
ବିକ୍ରମାସିଙ୍ଘେ ଜନତାଙ୍କୁ ଚେତାଇଛନ୍ତି, ଆଗାମୀ କିଛି ମାସରେ ଆମ ଜୀବନ ଆହୁରି ମୁସ୍କିଲ ହେବାକୁ ଯାଉଛି। ମୁଁ କୌଣସି ସତ୍ୟକୁ ଲୁଚାଇବା ଏବଂ ଜନତାଙ୍କୁ ମିଛ କହିବାକୁ ଚାହୁଁନାହିଁ। ଏହା ବିଚଳିତ କରିବା ପରି କଥା ହୋଇଥିଲେ ମଧ୍ୟ ଏହା ସତ କଥା। ଏମିତି ସ୍ଥିତିରେ ବିଦେଶୀ ସହାୟତାର ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ବିପଦଜନକ ସ୍ଥିତିରେ ରହିଛି। ୨୦୨୨ର ନିଅଣ୍ଟିଆ ବଜେଟ ଜିଡିପିର ୧୩%। ପୂର୍ବତନ ସରକାର ୨.୩ ଟ୍ରିଲିୟନ ରାଜସ୍ୱ ଆକଳନ କରିଥିଲେ। ତେବେ ବାସ୍ତବରେ ଏହା ୧.୬ ଟ୍ରିଲିୟନ ରହିବ। ଆବଶ୍ୟକ ଜିନିଷର ଆମଦାନୀ ପାଇଁ ଶ୍ରୀଲଙ୍କାକୁ ତୁରନ୍ତ ୭୫ ମିଲିୟନ ଡଲାରର ବିଦେଶୀ ପାଣ୍ଠି ଦରକାର।
ସୂଚନାଯୋଗ୍ୟ, ଯେବେଠୁ ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭ ହୋଇଛି, ପ୍ରଥମ ଥର ସରକାର ସତ୍ୟ ସ୍ଵୀକାର କରିଛନ୍ତି। ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଫଳରେ ଶ୍ରୀଲଙ୍କା ତେଲ ଏବଂ ବାକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପାରୁନି।
Powered by Froala Editor