କୃଷକ ସଂଗଠନରୁ ବିଦା ହେଲେ ଟିକାୟତ ଭାଇ

କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚିତ ଚେହେରା ପାଲଟିଥିଲେ ରାକେଶ ଟିକାୟତ। କିନ୍ତୁ ଏବେ ତାଙ୍କୁ ଶକ୍ତ ଝଟ୍କା ଲାଗିଛି । ଚାଷୀ ଆନ୍ଦୋଳନର ପ୍ରମୁଖ ଚେହେରା ରାକେଶ ଟିକାୟତଙ୍କୁ ବିକେୟୁରୁ ବାହାର କରାଯାଇଛି। ଅନ୍ୟପଟେ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି।
ଭାରତୀୟ କିଷାନ ୟୁନିୟନ ପ୍ରତିଷ୍ଠାତା ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ଶ୍ରାଦ୍ଧଦିବସ ଅବସରରେ ଲକ୍ଷ୍ନୌ ସ୍ଥିତ ଆଖୁ କିଷାନ ପ୍ରତିଷ୍ଠାନରେ ଭାରତୀୟ କିଷାନ ୟୁନିୟନ ନେତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଦୁଇ ଟିକାୟତ ଭାଇଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଭାରତୀୟ କିଷାନ ୟୁନିୟନର ଏକାଧିକ ସଦସ୍ୟ ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଠ ଥିଲେ । ଏମାନଙ୍କର ଅଭିଯୋଗ ଥିଲା ରାକେଶ ଟିକାୟତ ନିଜ ରାଜେନୖତିକ ବୟାନବାଜି ଓ କାର୍ଯ୍ୟକଳାପ ଜରିଆରେ ନିଜ ରାଜନୈତିକ କାମ ହାସଲ କରିବାକୁ ଉଦ୍ୟମ କରିଛନ୍ତି ।
ଏହି ଅବସରରେ ନବ ନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ସିଂ ଚୌହାନ କହିଛନ୍ତି, ‘ଭାରତୀୟ କିଷାନ ୟୁନିୟନ ଭୁଲ ରାସ୍ତାରେ ଚାଲିଥିଲା। ରାକେଶ ଟିକାୟତ ଏବଂ ନରେଶ ଟିକାୟତ ରାଜନୀତି କରିବା ଆରମ୍ଭ କରିଥିଲେ। ଚାଷୀଙ୍କ ହିତ ପାଇଁ ଏହି ସଂଗଠନର ଗଠନ ହୋଇଥିଲା। ବହୁ ପ୍ରୟାସ ପରେ ଦୁହେଁ ରାଜି ହେଲେ ନାହିଁ। ଶେଷରେ ଆମକୁ ଅଲଗା ସଂଗଠନ କରିବାକୁ ପଡ଼ିଲା’।
Powered by Froala Editor